ଜମ୍ମୁ କାଶ୍ମୀରରେ ‘ଅଜାନ’ ପାଇଁ ଭାଷଣ ବନ୍ଦ କଲେ ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିଲେ। ବୁଧବାର ଶାହ କାଶ୍ମୀରର ବାରମୁଳାରେ ଏକ ରାଲିରେ ଉଦ୍‌ବୋଧନ ଦେବା ସମୟରେ ନିକଟସ୍ଥ ଏକ ମସଜିଦ୍‌ରେ ଅଜାନ୍‌ ପାଇଁ ସେ ତାଙ୍କ ଭାଷଣ କିଛି ସମୟ ବନ୍ଦ ରଖିଥିଲେ। ଶାହ ମସଜିଦରୁ ‘ଅଜାନ୍‌’ ଶୁଣିବାପରେ ଉପସ୍ଥିତ ଥିବା ଲୋକଙ୍କୁ ମସଜିଦରେ ଚାଲିଥିବା କାର୍ଯ୍ୟ ସଂକ୍ରାନ୍ତରେ ପଚାରିଥିଲେ। ଏହାପରେ ଶାହ କିଛି ସମୟ ପାଇଁ ଭାଷଣ ବନ୍ଦ ରଖିଥ‌ିଲେ ଏବଂ ଦର୍ଶକଙ୍କ ଅନୁମତିକ୍ରମେ ପୁଣିଥରେ ଭାଷଣ ଆରମ୍ଭ କରିଥିଲେ। ଶାହଙ୍କୁ ଏଥିପାଇଁ ପ୍ରଶଂସା କରାଯାଇଛି।

ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଶାହଙ୍କ ୩ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ ଶେଷ ହୋଇଛି। ବୁଧବାର ମଧ୍ୟ ଶାହ ଶ୍ରୀନଗରରେ ସୁରକ୍ଷା ସ୍ଥିତି ଯାଞ୍ଚ କରିଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ କରିଛନ୍ତି।

ସମ୍ବନ୍ଧିତ ଖବର