ମୋଦୀଙ୍କ ନେତୃତ୍ୱରେ ହେବ ଦିଲ୍ଲୀରେ ସରକାର: ଅମିତ ଶାହା

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଜିତିବା ପାଇଁ ଅଣ୍ଟା ଭିଡିଛି | ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରବିବାର ଦିନ ବୁଥ କାର୍ଯ୍ୟକର୍ତ୍ତାଙ୍କ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଦିଲ୍ଲୀରେ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ହିଁ ଗଠନ ହେବ | ଏହି ଅବସରରେ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କଂଗ୍ରେସ ଦଳକୁ ମଧ୍ୟ ଘେରିଛନ୍ତି | ଶାହା କହିଛନ୍ତି ଯେ ଜନତାଙ୍କୁ ମିଛ ପ୍ରତିଶୃତି କେବଳ ଥରେ ହିଁ ଦିଆଯାଇପାରେ ବାରମ୍ବାର ମିଛ ପ୍ରତିଶୃତି ଦିଆଯାଇପାରିବନାହିଁ |

image source–oneindia

କେଜ୍ରିୱାଲ ଯେଉଁ ମିଛ ପ୍ରତିଶୃତି ଗତ ନିର୍ବାଚନରେ ଦେଇଥିଲେ ତାହା ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିନଥିଲା | ଲୋକସଭା ନିର୍ବାଚନ ଓ ନଗର ନିଗମ ନିର୍ବାଚନରେ କେଜ୍ରିୱାଲଙ୍କ ଦଳକୁ ପରାଜୟର ସମ୍ମୁଖୀନ କରିବାକୁ ପଡିଛି | ବିଜେପି ପାଇଁ ନିର୍ବାଚନ ଗଣତନ୍ତ୍ରର ଏକ ଉତ୍ସବ ଭଳି ହୋଇଥାଏ |

ବିଜେପି କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏବେ ସୁଯୋଗ ଆସିଛି ସେମାନେ ଲୋକଙ୍କ ଘରକୁ ଯାଆନ୍ତୁ ଓ ବିଜେପିର ନୀତିକୁ ସେମାନଙ୍କ ପାଖରେ ପହଞ୍ଚାନ୍ତୁ | ବିଜେପି ନିର୍ବାଚନ ସଭା କରି ଲଢ଼ିବ ନାହିଁ ବରଂ ଲୋକଙ୍କ ଘରକୁ ଯାଇ ନିର୍ବାଚନ ଲଢ଼ିବ | ଏହି ଅବସରରେ ଶାହା କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ଖବରକାଗଜରେ ନିଜ ଫଟୋ ଥିବା ବିଜ୍ଞାପନ ଦେଇ ଶୁଭକାମନା ଲୋକଙ୍କୁ ଜଣାଉଛନ୍ତି | କେଜ୍ରିୱାଲ ଥରେ ଜଣାନ୍ତୁ ଯେ ୫ ବର୍ଷର ସରକାର ଚଳାଇବା ପରେ ଏବେ କାମ ଆରମ୍ଭ କରୁଛନ୍ତି |

ସମ୍ବନ୍ଧିତ ଖବର