ଶାରଦା ଚିଟ୍‌ଫଣ୍ଡ ଠକେଇ : ପାର୍ଥ ଚାଟାର୍ଜୀଙ୍କୁ ସିବିଆଇ ସମନ

କୋଲକାତା : ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖ ଲୋକ କୁହାଯାଉଥିବା ପାର୍ଥ ଚାଟାର୍ଜୀଙ୍କୁ ବହୁଚର୍ଚ୍ଚିତ ଶାରଦା ପୁଞ୍ଜି ସ୍କାମ୍‌ରେ ସିବିଆଇ ସମନ ପଠାଇଛି। ଆଇକୋର୍‌ ଗ୍ରୁପ୍‌ ଅଫ୍‌ କମ୍ପାନି ସହ ପାର୍ଥଙ୍କ ସମ୍ପର୍କ ଥିଲା। ଆଗାମୀ ୧୫ ତାରିଖ ଦିନ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଲୋଭ ଦେଖାଇ ଜମାକାରୀଙ୍କଠାରୁ ୩,୦୦୦ କୋଟି ଟଙ୍କା ଠକି ନେଇଥିବା ଆଇକୋର୍‌ କମ୍ପାନି ବିରୋଧରେ ୨୦୧୪ରେ କେସ୍‌ ରୁଜୁ କରି ସିବିଆଇ ତଦନ୍ତ କରୁଛି। ୨୦୧୭ ମସିହାରେ କମ୍ପାନିର ଡାଇରେକ୍ଟର ଅନୁକୂଳ ମାଇତି ଏବଂ ତାଙ୍କ ପତ୍ନୀ କନିକାଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର