ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଲେ ତାଙ୍କର ୫୬ ଇଞ୍ଚର ଛାତି ୬ ଇଞ୍ଚର ହୋଇଯିବ ନାହିଁ: ଶତ୍ରୁଘ୍ନ ସିହ୍ନା

କୋଲକାତା: ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନା ପୁଣି ଥରେ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସେ ଗତକାଲି କୋଲକାତାର କଲକାତା କ୍ଲବ୍‌ ଅନ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା ଭାଷଣର ଆରମ୍ଭରେ କହିଥିଲେ ‘ମୁଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସାଲ୍ୟୁଟ କରୁଛିି, ତାସହିତ ଆଇରନ୍‌ ଲେଡି ମମତା ବାନାର୍ଜୀଙ୍କୁ ନମସ୍କାର କରୁଛି। ଏହାପରେ ଶତ୍ରୁଘ୍ନ ସିହ୍ନା କହିଛନ୍ତିଯେ ଅଟଳ ବିହାରୀ ବାଜପେୟୀ ଓ ନରେନ୍ଦ୍ର ମୋଦୀଙ୍କ ସରକାର ଭିତରେ ବହୁତ ତଫାତ୍‌ ରହିଛି। ଆଜି ଦେଶରେ ଭୟର ବାତାବରଣ ରହିଛି।

ରାଫେଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରି ଶତ୍ରୁଘ୍ନ ସିହ୍ନା କହିଥିଲେ ପ୍ରଧାନମନ୍ତ୍ରୀ ରାଫେଲ ପ୍ରସଙ୍ଗରେ ମୁହଁ ଖୋଲିବା ଦରକାର। ଯଦି ସେ ଥରେ କହିବେ,ତେବେ ତାଙ୍କର ୫୬ ଇଞ୍ଚର ଛାତି ୬ ଇଞ୍ଚର ହୋଇଯିବ ନାହିଁ। ଯଦି ସେ ଏ ପ୍ରସଙ୍ଗରେ କିଛି ନ କହିବେ,ତେବେ ଲୋକଙ୍କୁ ତାଙ୍କ ବିରୋଧରେ କହିବାର ସୁଯୋଗ ମିଳିଯିବ।ଏଠାରେ ସୂଚନାଯୋଗ୍ୟଯେ ଆଗରୁ କୋଲକାତାରେ ବିରୋଧୀ ଦଳଙ୍କ ମେଳିରେ ବି ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନା ମୋଦୀଙ୍କୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର