ମହାରାଷ୍ଟ୍ର : ଆଦିତ୍ୟ ଠାକରେଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦ ଦାବି କରିପାରେ ଶିବସେନା

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଦେଖାଦେଇଛି । କିନ୍ତୁ ଗତ ଥର ତୁଳନାରେ ଏଥର ବିଜେପି ଶିବସେନା ଉପରେ ଅଧିକ ନିର୍ଭରଶୀଳ ହୋଇଛି । ଏହି ମୌକାରେ ଗତଥରଠାରୁ କମ ଆସନ ପାଇଥିବା ବିଜେପିକୁ ଏବେ ସହଯୋଗୀ ଦଳ ଶିବସେନା ପୁଣି ଥରେ ୫୦:୫୦ କଥା ମନେପକାଇଦେଇଛି ।

ଅର୍ଥାତ ଏଥର ଅଧା ସମୟ ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ରହିବେ ଓ ଆର ଅଧାକ ଶିବଶେନାର ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ରହିବେ । ଏହିପରିଭାବେ ଶିବସେନା ଯଦି ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡି ବସେ ତେବେ ବିଜେପି ପାଇଁ ଏନସିପି ବିକଳ୍ପ ଖୋଲା ରହିବ । ଏଥର ଶିବସେନା ୫୫ଟି ଆସନରେ ଆଗୁଆ ଅଛି, ଯାହାକି ଗତ ଥରର ଆସନ ସଂଖ୍ୟାଠାରୁ ୧୪ଟି ଅଧିକ । ତେବେ କଂଗ୍ରେସ କ୍ଷମତା ଦୌଡରେ ପଛରେ ପଡିଯାଇଛି । କଂଗ୍ରେସ ଏପର୍ଯ୍ୟନ୍ତ ୪୨ଟି ସିଟରେ ଆଗୁଆ ଅଛ, ଯାହାକି ଗତ ଥରର ସିଟ ସଂଖ୍ୟାସହ ସମାନ ।

ସମ୍ବନ୍ଧିତ ଖବର