ସାଙ୍ଗଙ୍କୁ ଏସ୍‌ଓଏସ୍‌ ପଠାଇଥିଲେ ଶ୍ରଦ୍ଧା, ଅଫତାବ ମତେ ମାରିଦେବ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ଆମିନ ପୁନାୱାଲା ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶ୍ରଦ୍ଧାଙ୍କର ଜଣେ ବନ୍ଧୁ ତାଙ୍କ ସହ ପ୍ରାୟ ୨ ମାସ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ନକରିପାରିବାରୁ ପ୍ରଥମେ ଏନେଇ ସନ୍ଦେହ କରିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଥିଲେ। ଶ୍ରଦ୍ଧାଙ୍କ ସାଙ୍ଗ ଲକ୍ଷ୍ମଣ ନାଦର କହିଛନ୍ତି, ଶ୍ରଦ୍ଧା ଏବଂ ଅଫତାବଙ୍କ ମଧ୍ୟରେ ଅନେକ ଥର କଳହ ‌ହୋଇଛି। ଶ୍ରଦ୍ଧା ଥରେ ତାଙ୍କ ସହ ହ୍ବାଟ୍ସଆପ୍‌ରେ ଯୋଗାଯୋଗ କରି ଏସ୍‌ଓଏସ୍‌ ବାର୍ତ୍ତା ପଠାଇଥିଲେ। ତାଙ୍କୁ ଉଦ୍ଧାର କରିବାପାଇଁ କହିଥିଲେ। ଶ୍ରଦ୍ଧା କହିଥିଲେ ଯଦି ସେ ଅଫତାବ ସହ ଆଜି ରାତିରେ ରହିବେ ତେବେ ସେ ତାଙ୍କୁ ମାରି‌ଦେବ।

ଏହାପରେ ନାଦର ଏବଂ ତାଙ୍କ ଅନ୍ୟ ସାଙ୍ଗମାନେ ଶ୍ରଦ୍ଧାଙ୍କ ଘରକୁ ‌ଯାଇଥିଲେ। ସେମାନେ ଅଫତାବର ବ୍ୟବହାର ପାଇଁ ତାକୁ ଚେତାବନୀ ଦେଇଥିଲେ। ପୁଲିସରେ ଜଣାଇବେ ବୋଲି ଧମକ ‌ମଧ୍ୟ ଦେଇଥିଲେ। କିନ୍ତୁ ଅଫତାବ ପ୍ରତି ଶ୍ରଦ୍ଧାଙ୍କ ଭଲପାଇବା ଦେଖି ସେମାନେ ଚୁପ୍‌ ରହିଥିଲେ। ନାଦର କହିଛନ୍ତି, ଶ୍ରଦ୍ଧା ତାଙ୍କ ସହ ୨ ମାସ ପର୍ଯ୍ୟନ୍ତ ଯୋଗାଯୋଗ ନକରିବାରୁ ସେ ଚିନ୍ତାରେ ପଡ଼ିଗଲେ। ପ୍ରଥମେ ସେ ଅନ୍ୟ ସାଙ୍ଗମାନଙ୍କୁ ଶ୍ରଦ୍ଧାଙ୍କ କଥା ପଚାରି ବୁଝିଥିଲେ। କିନ୍ତୁ କୌଣସି ଉତ୍ତର ନମିଳିବାରୁ ଶେଷରେ ସେ ଶ୍ରଦ୍ଧାଙ୍କ ଭାଇଙ୍କୁ ଏକଥା ଜଣାଇଲେ। ଏହାପରେ ଶ୍ରଦ୍ଧାଙ୍କ ବାପା ମୁମ୍ବାଇ ପୁଲିସରେ ଏତଲା ରୁଜୁ କରିଥିଲେ।

ସମ୍ବନ୍ଧିତ ଖବର