ଶିରିଡି ସାଇଙ୍କ ଦର୍ଶନ ପାଇଁ ଶିରିଡ଼ି ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କଲା ସାଇବାବା ସଂସ୍ଥାନ ଟ୍ରଷ୍ଟ

ମୁମ୍ବାଇ: ମାରାତ୍ମକ କରୋନାଭାଇରସ୍‌ ଭୟ ଏବେ ପୂରା ଦେଶରେ ଦେଖିବାକୁ ମିଳୁଛି। ଦେଶରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୦୮ରେ ପହଞ୍ଚିଥିବା ବେଳେ ଏହି ମହାମାରୀରେ ଦୁଇଜଣଙ୍କ ମୃତ୍ୟୁ ହୋଇସାରିଲାଣି। କରୋନାଭାଇରସ୍‌ର ସବୁଠାରୁ ଅଧିକ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି। ଏଠାରେ ଏଯାବତ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଏଭଳି ପରିସ୍ଥିରେ ଏହି ମହାମାରୀକୁ ଅଟକାଇବା ପାଇଁ ଦେଶର ଅନ୍ୟତମ  ବଡ଼ ଧାର୍ମିକ ସଂସ୍ଥାନ ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟ ବି ବଡ଼ ପଦକ୍ଷେପ ନେଇଛି।

କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ସାଇବାବା ସଂସ୍ଥାନ ଟ୍ରଷ୍ଟ ଶିରିଡି ସାଇଙ୍କ ଦର୍ଶନ ପାଇଁ ନ ଆସିବାକୁ ଭକ୍ତମାନଙ୍କୁ ଅନୁରୋଧ କରିଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କିଛିଦିନ ପାଇଁ ଭକ୍ତମାନେ ସେମାନଙ୍କ ଯାତ୍ରାକୁ ସ୍ଥଗିତ ରଖିବାକୁ ରବିବାର ଶିରିଡି ସାଇବାବା ସଂସ୍ଥାନ ଟ୍ରଷ୍ଟର ଚିଫ୍‌ ଏକଜ୍ୟୁକିଟିଭ ଅଫିସର ଅରୁଣ ଡୋଙ୍ଗରେ କହିଛନ୍ତି।

Image result for shri-saibaba-sansthan-trust-urges-devotees-to-postpone-their-visit
Sirf News

ସୂଚନାଯୋଗ୍ୟ, ଶନିବାର ମୁମ୍ବାଇ ସିଦ୍ଧିବିନାୟକ ମନ୍ଦିରରେ ଥିବା ସମସ୍ତ ସଦସ୍ୟଙ୍କୁ ମାସ୍କ ଯୋଗାଇ ଦେବା ସହ ମନ୍ଦିର ଭିତରେ ଥିବା ସମସ୍ତ ଲୋକଙ୍କୁ ସାନିଟାଇଜର ମଧ୍ୟ ଯୋଗାଇ ଦିଆଯାଇଥିଲା। ଏହାସହ ଭକ୍ତମାନେ ଠିଆ ହେଉଥିବା ରେଲିଂକୁ ପ୍ରତି ୩୦ମିନିଟରେ ଥରେ ସଫା କରାଯାଉଥିବା କଥା ମଧ୍ୟ କୁହାଯାଇଛି। ଏଥିସହିତ ମହାରାଷ୍ଟ୍ର ସରକାର ଏହି ମହାମାରୀ ବ୍ୟାପିବାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲ, କଲେଜ, ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ, ସୁଇମିଂ ପୁଲ ଓ ମଲ୍‌କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି । ଏଥିସହିତ ଲୋକଙ୍କୁ ଜନଗହଳିପୂର୍ଣ୍ଣସ୍ଥାନ ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ସହିତ ସଚେତନତା ଅବଲମ୍ବନ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର