ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂଙ୍କ ବିରୋଧରେ ସିଦ୍ଧୁଙ୍କ ଖୋଲାଖୋଲି ବିଦ୍ରୋହ, କ୍ୟାବିନେଟ ବୈଠକରେ ଯୋଗ ଦେବାକୁ ମନାକଲେ

ଚଣ୍ଡିଗଡ଼ : ନିର୍ବାଚନ ସମୟରୁ ପଞ୍ଜାବ କଂଗ୍ରେସର ଦୁଇ ଜଣାଶୁଣା ନେତାଙ୍କ ଭିତରେ ଲାଗିଥିବା ମତାନ୍ତର ଏବେ ଚରମ ରୂପ ନେଇଛି।  ପଞ୍ଜାବ ସରକାରଙ୍କ ମନ୍ତ୍ରୀ ଥିବା ନବଜୋତ ସିଂ ସିଦ୍ଧୁ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମ୍ରିନ୍ଦର ସିଂଙ୍କ ମଧ୍ୟରେ କନ୍ଦଳ ଏବେ ଭିନ୍ନ ମୋଡ଼ ନେଇଛି। ସିଦ୍ଧୁ ଆଜି ଅମ୍ରିନ୍ଦର ସିଂଙ୍କ ବିରୁଦ୍ଧରେ ଖୋଲାଖୋଲି ଭାବେ ବିଦ୍ରୋହ କରିଛନ୍ତି । ସିଦ୍ଧୁ ପଞ୍ଜାବ କ୍ୟାବିନେଟ୍ ବୈଠକରେ ଯୋଗ ହେବାକୁ ମନା କରିଦେଇଛନ୍ତି ।  ଏହି ଘଟଣାକୁ  ନେଇ ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।  କୁହାଯାଉଛି କି ମୁଖ୍ୟମନ୍ତ୍ରୀ  ଅମ୍ରିନ୍ଦର ସିଂ ସିଦ୍ଧୁଙ୍କ ବିଭାଗ ବଦଳାଇପାରନ୍ତି । ଏଥିଲାଗି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧିଙ୍କ ସମ୍ମତିକୁ ଅପେକ୍ଷା କରାଯାଉଛି।

oneindia.com

ସୂଚନା ମୁତାବକ, ପଞ୍ଜାବରେ କଂଗ୍ରେସ ପ୍ରାର୍ଥୀ ୫ ଲୋକସଭା ସିଟରେ ପରାଜିତ ହୋଇଛନ୍ତି। ତାକୁ ନେଇ ଅମ୍ରିନ୍ଦର ସିଂହ  ନବଜୋତ୍ ସିଂ ସିଦ୍ଧୁଙ୍କ ଅଧିନସ୍ଥ ସହରୀ ବିକାଶ ମନ୍ତ୍ରାଳୟର ଖରାପ ପ୍ରଦର୍ଶନକୁ ଦାୟୀ କରିଛନ୍ତି । ମାତ୍ର ନବଜୋତ୍ ସିଂ ସିଦ୍ଧୁ ଏହାକୁ ଗ୍ରହଣ କରି ନାହାନ୍ତି। ତାଙ୍କ କହିବା ମୁତାବକ, ଯେଉଁ ଲୋକସଭା ସିଟରେ ଦଳ ପରାଜିତ ହୋଇଛି, ସେଥିପାଇଁ ସମସ୍ତେ ଦାୟୀ । ପରାଜୟ ପାଇଁ ପଞ୍ଜାବରେ ପୂରା କଂଗ୍ରେସ ଦଳ ଦାୟୀ । କେବଳ ତାଙ୍କୁ ହିଁ ଦାୟୀ କରିବା ଠିକ୍ ନୁହେଁ ।

ସମ୍ବନ୍ଧିତ ଖବର