ମାମଲା ନେଲା ନୂଆ ମୋଡ଼: ଏଯାଏ ଘରକୁ ଫେରିନାହାନ୍ତି ଅପହୃତା ପାକିସ୍ତାନୀ ଶିଖ୍‌ ଯୁବତୀ

ଲହୋର: ପାକିସ୍ତାନୀ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନେଇ ଧର୍ମାନ୍ତରୀକରଣ କରାଇବା ସହ ଜଣେ ମୁସ୍‌ଲମାନ ଯୁବକ ବଳପୂର୍ବକ ତାଙ୍କୁ ବିବାହ କରିବା ଘଟଣା ଏବେ ନୂଆ ମୋଡ଼ି ନେଇଛି। ଶିଖ୍‌ ଯୁବତୀ ଜଣକ ନିଜ ଘରକୁ ଫେରି ଯାଇଥିବା କିଛି ଦିନ ତଳେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏବେ ସେହି ଖବରଟି ଗୁଜବ ବୋଲି ଜାଣିବାକୁ ମିଳିଛି। ପାକିସ୍ତାନର ଶିଖ୍‌ ସଂପ୍ରଦାୟ ପକ୍ଷରୁ କୁହାଯାଇଛି ଯେ ଯୁବତୀ ଜଣକ ଏଯାଏ ବି ତାଙ୍କ ଘରକୁ ଫେରିନାହାନ୍ତି।

ପାକିସ୍ତାନ ଶିଖ୍‌ ଗୁରୁଦ୍ୱାର ପ୍ରାବନ୍ଧିକ କମିଟିର ସେକ୍ରେଟେରି ଜେନେରାଲ୍‌ ଆମୀର ସିଂହ କହିଛନ୍ତି କି ପୀଡ଼ିତା ଶିଖ୍‌ ଯୁବତୀ ଜଗ୍‌ତିଜ୍‌ କୌର୍‌ ଏବେ ବି ଆଶ୍ରୟ ସ୍ଥଳରେ ଅଛନ୍ତି। ତାଙ୍କୁ ତାଙ୍କ ବାପାମାଆଙ୍କ ପାଖକୁ ପଠାଯାଇ ନାହିଁ। ସେ ଲେଖିଛନ୍ତି କି ‘ଆମକୁ ଜଣାନାହିଁ କିଏ ଏପରି ଏକ ଟ୍ଵିଟ୍‌ କରି ଦେଇଛି ଯେ ସେ ତାଙ୍କ ଘରୁ ଫେରି ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ପିଏସ୍‌ଜିପିସିର ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଶିଖ୍‌ ଯୁବତୀ ଘରକୁ ଫେରି ଆସିଛନ୍ତି ବୋଲି ଏକ ଟ୍ଵିଟ୍‌ ହୋଇଥିଲା।

 

ସମ୍ବନ୍ଧିତ ଖବର