ଅନ୍ତର୍ଜାତୀୟ ହାକାଥନ୍‌ରେ ସି.ଭି. ରମଣ କଲେଜ ଛାତ୍ର ଶୁଭମ ଦିବେକାର ପ୍ରଥମ

ନୂଆଦିଲ୍ଲୀ : ଆଇଆଇଟି, ମାଡ୍ରାସଠାରେ ଅନୁଷ୍ଠିତ ହୋଇଯାଇଥିବା ଭାରତ- ସିଙ୍ଗାପୁର ଅନ୍ତର୍ଜାତୀୟ ହାକାଥନ୍‌ରେ ସି.ଭି.ରମଣ କଲେଜର ଇଲୋକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ବିଭାଗର ୪ର୍ଥ ବର୍ଷର ଛାତ୍ର ଶୁଭମ ଦିବେକାରଙ୍କର ଗ୍ରୁପ ଡେଡ଼୍‌ସେକ୍‌ ବିଜୟୀ ହୋଇଛି। ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ସେ ପୁରସ୍କାର ଗ୍ରହଣ କରିଛନ୍ତି।

ଶ୍ରୀ ଶୁଭମ ଚଳିତବର୍ଷ ସର୍ବଭାରତୀୟ ହାକାଥନ୍‌ରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଭାରତ-ସିଙ୍ଗାପୁର ଅର୍ନ୍ତଜାତୀୟ ହାକାଥନ୍‌ର ଏକ ସ୍ୱତନ୍ତ୍ର ଗ୍ରୁପରେ ସ୍ଥାନ ପାଇଥିଲେ । ଏହି ସ୍ୱତନ୍ତ୍ର ଗ୍ରୁପ୍‌ରେ ଦିବେକାରଙ୍କ ସହିତ ସିଙ୍ଗାପୁରରଟାନ ମିଙ୍ଗକାଇମିସେଲ୍, ଜେରାଲୋ, ବ୍ରାଏନ୍ଲିମ୍ୟୁକିଆଙ୍ଗ୍ ଏବଂ ଭାରତର ଶ୍ୱେତା କବି, ବୈଭବ କୁମାର ମଧ୍ୟ ସ୍ଥାନ ପାଇଥିଲେ । ଏହି ଗ୍ରୁପ୍‌ଟି ଇନ୍‌ଡୋର୍‌ ଏୟାର କ୍ବାଲିଟିର ମେଜରମେଣ୍ଟ ଓ ପ୍ୟୁରିଫିକେସନ୍‌ ନିମନ୍ତେ ଏକ ସ୍ୱତନ୍ତ୍ର ଚିପ୍‌ସ ନିର୍ମାଣ କରି ତାହାର ଜ୍ଞାନ କୌଶଳକୁ ପ୍ରଦର୍ଶନ କରିଥିଲେ, ଯାହା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏଆଇସିଟିର ଚେୟାରମ୍ୟାନ ଅନିଲ କୁମାର ସହସ୍ରେବୁଧେ ଏହି ଛାତ୍ରଛାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ କରିଥିଲେ। କଲେଜର ଚେୟାରମ୍ୟାନ ସଂଜୀବ କୁମାର ରାଉତ ସଫଳତା ପାଇଁ ଶୁଭମଙ୍କୁ ଶୁଭେଚ୍ଛା ଜଣେଇବା ସହିତ ଇଲୋକ୍ରୋ୍ଟନିକ୍ସ୍ ଓ ଟେଲିକମ୍ୟୁନିକେସନ ବିଭାଗର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର