ସଂସଦୀୟ କମିଟିର ସଦସ୍ୟ ଭାବେ ଓଡିଶାର ୬ ସାଂସଦ ମନୋନୀତ

ନୂଆଦିଲ୍ଲୀ : ସଂସଦର ୫ଟି ବିଭିନ୍ନ କମିଟିରେ ସଦସ୍ୟ ରୂପେ ଓଡିଶାର ୬ଜଣ ଲୋକସଭା ସାଂସଦଙ୍କୁ ବାଚସ୍ପତି ଓମ ବିର୍ଲା ମନୋନୀତ କରିଛନ୍ତି। ସଂସଦୀୟ ସବଅର୍ଡିନେଟ ଲେଜିସଲେସନ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ ପୂଜାରୀ, ପେପର୍ ଉପସ୍ଥାପନ କମିଟିର ସଦସ୍ୟ ରୂପେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା, ଗଭର୍ଣ୍ଣମେଣ୍ଟ ଆସୁରାନ୍ସ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରିଭିଲେଜ୍ କମିଟିର ସଦସ୍ୟ ରୂପେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ଏଥିକ୍ସ କମିଟିର ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଲୋକ ସଭା ବାଚସ୍ପତି ଓମ ବିର୍ଲା ମନୋନୀତ କରିଥିବାର ଲୋକସଭା ସଚିବାଳୟର ବୁଲେଟିନରୁ ଜଣାପଡିଛି।

ସମ୍ବନ୍ଧିତ ଖବର