ଚଳିତ ବର୍ଷ ସାଧାରଣରୁ କମ ହୋଇଛି ମୌସୁମୀ ବର୍ଷା : ସ୍କାଏମେଟ

ନୂଆଦିଲ୍ଲୀ: ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ଭାରତର ଅଗ୍ରଣୀ ବେସରକାରୀ କମ୍ପାନି ସ୍କାଏମେଟ୍ ଚଳିତ ବର୍ଷ ଏପ୍ରିଲ୍ ୧୩ରେ ୨୦୨୧ବର୍ଷ ପାଇଁ ମୌସୁମୀର ପୂର୍ବାନୁମାନ ପ୍ରକାଶ କରିଥିଲା, ଯାହାକୁ ଏବେ ସେ ଅପଡେଟ କରିଛି। ସ୍କାଏମେଟ ଅନୁଯାୟୀ, ଯାହା ଆକଳନ କରାଯାଇଥିଲା, ତା’ଠାରୁ ୬୦% କମ ବର୍ଷା ହୋଇଛି। ଜୁନ୍-ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ଚାରିମାସ ମଧ୍ୟରେ ୯୪% ବର୍ଷା ହେବାର ସମ୍ଭାବନା ଅଛି ।

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀର ଆରମ୍ଭ ଠିକ୍ ସମୟରେ ହୋଇଥିଲା ଏବଂ ଜୁନ୍ ଶେଷରେ ୧୧୦ପ୍ରତିଶତ ଭଲ ବର୍ଷା ହୋଇଥିଲା | ହେଲେ ଜୁଲାଇ ୧୧ର ଶେଷ ପର୍ଯ୍ୟନ୍ତ, ବର୍ଷାର ଆରମ୍ଭ ଦୁର୍ବଳ ରହିଲା | ତେଣୁ, ଜୁଲାଇ ମାସ ୯୩ ପ୍ରତିଶତ ସାଧାରଣ ବୃଷ୍ଟିପାତ ସହିତ ସମାପ୍ତ ହେଲା | ଜୁନ୍ ଏବଂ ଜୁଲାରେ ୧୦୬% ଏବଂ ୯୭% ବର୍ଷା ହେବ ବୋଲି ସ୍କାଏମେଟ୍ ପୂର୍ବାନୁମାନ କରିଥିବା ବେଳେ ଜୁନ୍ ଏବଂ ଜୁଲାଇରେ ୧୧୦% ଏବଂ ୯୩% ବର୍ଷା ହୋଇଛି |

Water droplets on the window in the rain photo image_picture free download  500342294_lovepik.com

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କାଏମେଟ୍ ମୌସୁମୀ ୨୦୨୧ର ପୂର୍ବାନୁମାନକୁ ସଂଶୋଧନ କରି ଏଲପିଏକୁ ୯୪ପ୍ରତିଶତ କରିଛି | ମାସିକ ଭିତ୍ତିରେ ଅଗଷ୍ଟରେ ହେବାକୁ ଥିବା ହାରାହାରି ୨୫୮.୨ ଏମ୍ଏମ୍ ବର୍ଷାଠାରୁ ୨୦% କମ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ସେପ୍ଟେମ୍ବର ମାସରେ ସାମାନ୍ୟ ବର୍ଷା ହେବାର ୬୦% ସମ୍ଭାବନା ଥିବା ବେଳେ ସାମାନ୍ୟରୁ ଅଧିକ ବର୍ଷା ହେବାର ସମ୍ଭାବନା ୨୦% ରହିଛି ଓ ସାମାନ୍ୟରୁ କମ ବର୍ଷା ହେବାର ସମ୍ଭାବନା ୨୦% ରହିଛି।

ସମ୍ବନ୍ଧିତ ଖବର