ସେ ଉଠାଇଥିବା ଫଟୋର କ୍ରେଡିଟ୍‌ ଏଏନ୍‌ଆଇକୁ ଯିବା ପରେ ଏପରି ପ୍ରତିକ୍ରିୟା ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ଏକ ଟ୍ବିଟ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ ସମାରୋହରେ ସ୍ମୃତି ଏକ ଫଟୋ ଉଠାଇଥିଲେ। ସେହି ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀ, ଅମିତ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଜେପି ନଡ୍ଡାଙ୍କ ପରି ବିଜେପିର ବରିଷ୍ଠ ନେତା ସବୁ କ୍ରମରେ ନଜର ଆସିଛନ୍ତି।

 

ମାତ୍ର ସ୍ମୃତି ଉଠାଇଥିବା ଏହି ଫଟୋର କ୍ରେଡିଟ୍‌ ମିଳିଛି ଏଏନ୍‌ଆଇକୁ। ଯାହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସ୍ମୃତି ଇରାନୀ। ଏହି ଫଟୋକୁ ସ୍ମୃୃତି ତାଙ୍କ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଥିଲେ।

ମାତ୍ର ଏକ ଖବରକାଗଜରେ ଫଟୋଟିକୁ ସେୟାର କରାଯାଇ କ୍ରେଡିଟ୍‌ ସ୍ଥାନରେ ଏଏନ୍‌ଆଇ ଦିଆଯାଇଥିବାରୁ ସ୍ମୃତି ଲେଖିଛନ୍ତି, ‘ଫଟୋ ମୁଁ ଉଠାଇଲି, କ୍ରେଡିଟ୍‌ ଏଏନ୍‌ଅ‌ାଇକୁ ମିଳିଲା’। ଏହାପରେ ସ୍ମୃତି ଏକ ଉଦାସ ଇମୋଜି ବି ଦେଇଛନ୍ତିି ତାଙ୍କ କ୍ୟାପ୍‌ସନ୍‌ରେ।

 

ସ୍ମୃତିଙ୍କ ଟ୍ବିଟ୍‌କୁ ରି-ଟ୍ବିଟ୍‌ କରି ଏଏନ୍‌ଆଇ ଏଡିଟର୍‌ ସ୍ମିତା ପ୍ରକାଶ ଲେଖିଛନ୍ତି, ‘ବଡ଼େ ବଡ଼େ ସେହେରୋଁ ମେ ଏସେ ଛୋଟେ ଛୋଟେ ବାତେ ହୋତି ହେଁ ସେନୋରିଟା’।

ଯାହାର ଉତ୍ତର‌ରେ ସ୍ମୃତି ଲେଖିଛନ୍ତି, ‘ବଡ଼େ ଦେଶ କେ ବଡ଼େ ଏଡିଟର୍‌ ଏସା ବୋଲେଙ୍ଗେ ତୋ ଛୋଟେ ଲୋଗାଁକା କ୍ୟାୟା ହୋଗା?’

ସମ୍ବନ୍ଧିତ ଖବର