ଭିଡରେ ଫସିଗଲେ ଆଶା ଭୋସଲେ, ସାହାଯ୍ୟ ପାଇଁ ଆଗେଇ ଆସିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ:ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାର ଅତିଥି ଆସିଥିଲେ | ବହୁ ବଲିଉଡ ସେଲିବ୍ରିଟିଙ୍କ ଭଳି ଖ୍ୟାତନାମା ଗାୟିକା ଆଶା ଭୋସଁଲେ ମଧ୍ୟ ଯାଇଥିଲେ | ଏବେ ଆଶା ସେଠାକାର ଏକ ସୁନ୍ଦର ଅନୁଭୂତିକୁ ସେୟାର କରିଛନ୍ତି | ଆଶା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ଏକ ଫଟୋ ସେୟାର କରି କିଭଳି ସ୍ମୃତି ସାହାଯ୍ୟ କରିଥିଲେ ତାହାକୁ ଟ୍ୱିଟର ଜରିଆରେ ଜଣାଇଛନ୍ତି |

ଆଶା ଲେଖିଛନ୍ତି ଯେ ଶପଥ ଗ୍ରହଣ ସମାରୋହ ପରେ ସେଠାରୁ ଯିବାକୁ ଲୋକଙ୍କର ଭିଡ ଲାଗିଯାଇଥିଲା | ଏହି ଭିଡ ଭିତରେ ସେ ଏକାକୀ ହୋଇଯାଇଥିଲେ କେହି ବି ତାଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ | କିନ୍ତୁ ସ୍ମୃତି ତାଙ୍କୁ ଚିନ୍ତିତ ଥିବାର ଦେଖି ଆଗକୁ ଆସିଥିଲେ | ତାଙ୍କୁ ସୁରକ୍ଷିତ ଘରେ ପହଂଚାଇଦେଇଥିଲେ |

ସେ ସମସ୍ତଙ୍କ କଥା ଚିନ୍ତା କରୁଥିବାରୁ ସେ ଜିତିଛନ୍ତି ବୋଲି ଆଶା କହିଛନ୍ତି | ଏହି ଟ୍ୱିଟ ର ଉତ୍ତର ଦେବାକୁ ଯାଇ ସ୍ମୃତି ପ୍ରଣାମ ଜଣାଇଛନ୍ତି | ଏହି ଟ୍ୱିଟ ପରେ ଟ୍ୱିଟର ୟୁଜର୍ସଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି | ସେମାନେ ଲେଖିଛନ୍ତି ଯେ କିଭଳି ଫିଲ୍ମ ଇଣ୍ଡଷ୍ଟ୍ରି ବେଳେବେଳେ କିଂବଦନ୍ତି କଳାକାରଙ୍କୁ ଅଣଦେଖା କରେ | ସେହିପରି ଆଶା ସାଂସଦ ସନି ଦେଓଲଙ୍କ ସହ ମଧ୍ୟ ଉଠାଇଥିବା ଏକ ଫଟୋକୁ ସେୟାର କରିଛନ୍ତି |

ସମ୍ବନ୍ଧିତ ଖବର