‘କହିଲେ କହିବ କହୁଛି’: ଇନ୍‌ଷ୍ଟାରେ ମୁହଁ ବନ୍ଧା ଫଟୋ ସେୟାର କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ବସିକରି, ବନ୍ଧା ହୋଇଥିବା, ଅର୍ଦ୍ଧ ଖୋଲା ଆଖିରେ, ବିବ୍ରତ ଦିଶୁଥିବା ଏହି ମହିଳା ଜଣକ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। ଫଟୋଟି ହେଉଛି ‘କିଉଁକି ଶାଶ୍‌ ଭି କଭି ବୋହୂ ଥି’ ଧାରାବାହିକରେ। ଏଥଇରେ ସ୍କୃତି ତୁଳସୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଇତି ମଧ୍ୟରେ ଫଟୋଟିକୁ ଅନେକ ବର୍ଷ ବିତିଗଲାଣି। ତେବେ ପ୍ରଶ୍ନ ହେଉଛି ଅନେକ ବର୍ଷ ପରେ ଇରାନୀ କାହିଁକି ଏହି ଫଟୋଟିକ୍‌ ଇନ୍‌ଷ୍ଟାରେ ଅପ୍‌ଲୋଡ୍‌ କରିଛନ୍ତି? ଏହି ଫଟୋଟିରେ ସେ କ୍ୟାପ୍‌ସନ୍‌ ଦେଇଛନ୍ତି, ‘ହମ୍‌ ବୋଲେଗା ତୋ ବୋଲୋଗେ କି ବୋଲ୍‌ତା ହେ’। ଯାହାର ଅର୍ଥ ହେଉଛି ‘ମୁଁ କହିଲେ କହିବ କହୁଛି’। ତେବେ ଏହି କ୍ୟାପ୍‌ସନ୍‌ରୁ ଆପଣ ଅନୁମାନ ଲଗାନ୍ତୁ କାହିଁକି ସ୍କୃତି ଏପରି ଫଟୋ ଅପ୍‌ଲୋଡ୍‌ କରିଛନ୍ତି।

 

 

View this post on Instagram

 

#hum bolega to bologe ki bolta hai… ???‍♀️

A post shared by Smriti Irani (@smritiiraniofficial) on

ଉଲ୍ଲେଖଯୋଗ୍ୟ, ସାବରିମାଲା ମନ୍ଦିର ପ୍ରବେଶ ନେଇ ସୁପ୍ରିମ୍‌କୋର୍ଟ ସମସ୍ତ ମହିଳାଙ୍କୁ ଅନୁମତି ଦେବା ପରେ ଏହା ବିରୋଧ କରିଥିଲେ ଇରାନୀ। ସେ ପ୍ରଶ୍ନ କରିଥିଲେ ଯେ ‘ଆପଣ ରକ୍ତ ଜୁଡୁବୁଡୁ ନାପ୍‌କିନ୍‌ ପରିଧାନ କରି କେଉଁ ବନ୍ଧୁଙ୍କ ଘରକୁ ଯାଇପାରିବେ କି? ତେବେ ସେହିପରି ଅବସ୍ଥାରେ ମନ୍ଦିରକୁ କିପରି ଯିବେ?’

 

ଏପରି କହିବା ପରେ ସ୍ମୃତି ଅନେକ ସ୍ଥାନରେ ସମାଲୋଚିତ ହୋଇଥିଲେ। ଏହି ପ୍ରସଂଗରେ ସେ ନିଜର ଏକ ପୁରୁଣା ଫଟୋକୁ ସେୟାର୍‌ କରି ଲେଖିଛନ୍ତି, ‘କହିଲେ କହିବ କହୁଛି’।

ସମ୍ବନ୍ଧିତ ଖବର