କେଦାରନାଥରେ ପ୍ରବଳ ତୁଷାରପାତ, ଗ୍ଲାସିୟର ଫାଟିବା ଯୋଗୁଁ ରାସ୍ତା ବନ୍ଦ

ରୁଦ୍ରପ୍ରୟାଗ : କେଦାରନାଥ ଧାମରେ ପ୍ରବଳ ତୁଷାରପାତ ଯୋଗୁଁ କୁବେର ଓ ଭୈରବ ଗ୍ଲେସିୟର ନିକଟରେ ଗ୍ଲେସିୟର ଭାଙ୍ଗିଯିବାରୁ କେଦାରନାଥ ଯାତ୍ରା ମାର୍ଗ ବନ୍ଦ ହୋଇଯାଇଛି । ଯାତ୍ରା ମାର୍ଗ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଡିଏମଏକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ଲେସିୟର ଭାଙ୍ଗିବା କାରଣରୁ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ ଏବଂ କେଦାରନାଥ ଦର୍ଶନକୁ ଆସୁଥିବା ତୀର୍ଥଯାତ୍ରୀଙ୍କୁ କେଦାରଘାଟିର ତଳିଆ ପର୍ଯ୍ୟାୟରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଅଟକାଯିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ଯାତ୍ରା ପଥର ଉଭୟ ପାର୍ଶ୍ୱରେ ଡିଡିଆରଏଫ୍ ଓ ଏସଡିଆରଏଫର ଟିମ୍ ମୁତୟନ କରାଯାଇଛି।

ଅବରୋଧ ହୋଇଥିବା ରାସ୍ତାକୁ ଖୋଲିବାକୁ ଉଦ୍ୟମ ଚାଲିଛି। ଗ୍ଲେସିୟର ମଝିରେ ଫସି ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଏସଡିଆରଏଫ । ନେପାଳୀ ବଂଶୋଦ୍ଭବ ଏହି ୪ ଜଣ ଲୋକ ଦୁଇଟି ଗ୍ଲେସିୟର ମଧ୍ୟରେ ବାଟରେ ଫସି ରହିଥିଲେ।

ଗ୍ଲେସିୟର ଫାଟିବା ରୁ କେହି ମୃତାହତ ହୋଇନଥିବା ଜଣାପଡିଛି । ଯାତ୍ରା ବନ୍ଦ ଥିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ଏସଡିଆରଏଫ ଓ ଡିଆରଏଫ୍ ଅବରୋଧ ରାସ୍ତା ଖୋଲିବାକୁ ଚେଷ୍ଟା କରୁଛନ୍ତି। କେଦାରନାଥରେ ଗ୍ଲେସିୟର ଦ୍ୱାରା ରାସ୍ତା ଅବରୋଧ ହେବା ପରେ ଆସନ୍ତାକାଲି ସକାଳୁ ଏହି ରୁଟରୁ ଗ୍ଲେସିୟର ହଟାଇବା କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ୫୦ରୁ ୬୦ ଜଣ ଶ୍ରମିକ ରାସ୍ତା ତିଆରି କରିବେ।

 

 

 

ସମ୍ବନ୍ଧିତ ଖବର