କୋଲ୍‌କାତା ଗସ୍ତ ପୂର୍ବରୁ ଟୁଇଟ୍‌ କଲେ ପ୍ରଧାନମନ୍ତ୍ରୀ ମୋଦୀ: ରାମକୃଷ୍ଣ ମିସନ୍‌ରେ କିଛି ଭିନ୍ନତା ଅଛି

ନୂଆଦିଲ୍ଲୀ: କୋଲ୍‌କାତା ଗସ୍ତ ପୂର୍ବରୁ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ରାମକୃଷ୍ଣ ମିସନ୍‌ରେ କିଛି ଭିନ୍ନତା ଅଛି। ସେ ଲେଖିଛନ୍ତି: ଆଜି ଓ ଆସନ୍ତାକାଲି ପଶ୍ଚିମବଙ୍ଗରେ ଗସ୍ତରେ ଯାଉଥିବାରୁ ମନ ଚଞ୍ଚଳ ଲାଗୁଛି। ରାମକୃଷ୍ଣ ମିସନ୍‌ରେ ସମୟ ଅତିବାହିତ କରିବାକୁ ଥିବାରୁ ମୁଁ ଆନନ୍ଦିତ। ତାହା ପୁଣି ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ। ସେ ସ୍ଥାନର କିଛି ଭିନ୍ନତା ରହିଛି।

ଅନ୍ୟ ଏକ ଟୁଇଟ୍‌ରେ ସେ କହିଛନ୍ତି ଯେ ସେ ‘ରାମକୃଷ୍ଣ ମଠ’ ଓ ‘ମିସନ୍‌ ସ୍ୱାମୀ’ର ସଭାପତି ଆତ୍ମସ୍ଥନନ୍ଦଜୀ ମହାରାଜଙ୍କ ଅନୁପସ୍ଥିତି ଅନୁଭବ କରିବେ। ଗତବର୍ଷ ୮୯ ବର୍ଷ ବୟସରେ ତାଙ୍କ ଦେହାବସାନ ଘଟିଥିଲା।

ସେ ଲେଖିଛନ୍ତି: ତାଙ୍କ ସ୍ଥାନ ଏବେ ବି ଅପୂରଣୀୟ! ’ଜନ ସେବା ହିଁ ପ୍ରଭୁ ସେବା’ ଭଳି ମହତ୍‌ ନୀତି ସେ ହିଁ ମୋତେ ଶିଖାଇ ଥିଲେ। ସମ୍ମାନନୀୟ ସ୍ୱାମୀଜୀ ସେଠି ନ ଥିବେ। ତାଙ୍କର ମହାନ୍‌ ଉପସ୍ଥିତି ବିନା ରାମକୃଷ୍ଣ ମିସନ୍‌ରେ ହାଜର ହେବା କଥା ଚିନ୍ତା କରି ହୁଏନା!

Image Source: Wikipedia

ଶନିବାର ଓ ରବିବାର ଦିନ ତିନୋଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଶ୍ଚିମବଙ୍ଗର ରାଜଧାନୀ କୋଲ୍‌କାତାରେ ପହଞ୍ଚିବାକ୍ଷଣି ପ୍ରଧାନମନ୍ତ୍ରୀ ମୋଦୀ ‘ସିଏଏ’ ବିରୋଧୀ ପ୍ରତିବାଦର ସମ୍ମୁଖୀନ ହେବେ ବୋଲି ଜଣାପଡ଼ିଛି।

ବାମପନ୍ଥୀ ଦଳ, କଂଗ୍ରେସ ପାର୍ଟି, ଛାତ୍ରଛାତ୍ରୀ, ସଂଖ୍ୟାଲଘୁ ସଙ୍ଗଠନ, ତୃଣମୂଳ କଂଗ୍ରେସର ଛାତ୍ରଶାଖା ଏବଂ ‘ନୋ ଏନ୍‌ଆର୍‌ସି’ ନାମକ ଏକ ପ୍ରେସର୍‌ ଗ୍ରୁପ୍‌ ସହରର ବିଭିନ୍ନ ସ୍ଥାନ ଓ ବିମାନ ବନ୍ଦରରେ ‘ସିଏଏ’କୁ ବିରୋଧ କରି ପ୍ରତିବାଦ ପ୍ରଦର୍ଶନ କରିବାକୁ ଯୋଜନା କରିଛନ୍ତି। ତେଣୁ କୋଲକାତା ଓ ହାଓଡ଼ାରେ ପୁଲିସ ନିରପତ୍ତା ବ୍ୟବସ୍ଥା ଦୃଢ଼ କରିଛି।

‘ସିପିଆଇ (ଏମ୍‌)’ ସମର୍ଥକମାନେ ମୋଦୀଙ୍କୁ କଳା ପତାକା ଦେଖାଇ ‘ଫେରିଯାଅ’ ବୋଲି ସ୍ଲୋଗାନ୍‌ ଦେବେ।

ମୋଦୀଙ୍କୁ ପାଛୋଟି ନେବା ଲାଗି ବିମାନ ବନ୍ଦରକୁ ଯିବେ ନାହିଁ ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। କିନ୍ତୁ ଶନିବାର ଦିନ ମୋଦୀଙ୍କ ସହ ତାଙ୍କର ଏକ ବ୍ୟକ୍ତିଗତ ବୈଠକ ହୋଇ ପାରେ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର