ସବସ୍କ୍ରିପସନ୍ ପରେ ବି ବିଜ୍ଞାପନ ଦେଖାଉଛି ସୋନିଲିଭ୍, ଧୋକା ଦେଉଥିବାର ଅଭିଯୋଗ ଆଣିଲେ ଲୋକେ

ନୂଆଦିଲ୍ଲୀ: ସବସ୍କ୍ରିପସନ୍ ପରେ ବି ବିଜ୍ଞାପନ ଦେଖାଉଛି ସୋନିଲିଭ୍। ଧୋକା ଦେଉଥିବାର ଅଭିଯୋଗ ଆଣିଲେ ଲୋକେ। ଅଭିଯୋଗ ହେଉଛି ଯେ ଗତ କିଛି ଦିନ ହେଲାଣି ସୋନି ଏହାର ଓଟିଟି ପ୍ଲାଟଫର୍ମରେ ସବସ୍କ୍ରିପସନ୍ ପରେ ମଧ୍ୟ ବିଜ୍ଞାପନ ଦେଖାଇବା ଆରମ୍ଭ କରିଛି। ଓଟିଟି ପ୍ଲାଟଫର୍ମରେ ବିଜ୍ଞାପନ ଆସିବା ନୂଆ ନୁହେଁ। ସବସ୍କ୍ରିପସନ୍ ପରେ ମଧ୍ୟ ଅନେକ ଓଟିଟି ପ୍ଲାଟଫର୍ମରେ ବିଜ୍ଞାପନ ଆସେ। କିନ୍ତୁ ପ୍ରିମିୟମ୍ ସବସ୍କ୍ରିପସନ୍ ନେଇ ମଧ୍ୟ ଯଦି ଆପଣଙ୍କୁ ବିଜ୍ଞାପନ ଦେଖିବାକୁ ପଡିବ, ତେବେ ଆପଣ କିଭଳି ପ୍ରତିକ୍ରିୟା ରଖିବେ? ନିଶ୍ଚିତ ଭାବେ ଆପଣଙ୍କୁ ଏହା କ୍ରୋଧିତ କରିବ।

ଠିକ ସେଭଳି କିଛି ଘଟୁଛି ସୋନିଲିଭର ପ୍ରିମିୟମ୍ ସବସ୍କ୍ରିପସନ୍ ନେଇଥିବା ସବସ୍କ୍ରାଇବରଙ୍କ ସହ। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସବସ୍କ୍ରାଇବରମାନେ ଏହାକୁ ନେଇ ଅଭିଯୋଗ କରୁଛନ୍ତି। ସବସ୍କ୍ରାଇବରମାନଙ୍କୁ କେବଳ ଲାଇଭ୍ ସୋ’ରେ ନୁହେଁ ବରଂ ରେକର୍ଡ ହୋଇଥିବା ଶୋ’ରେ ମଧ୍ୟ ବିଜ୍ଞାପନ ଦେଖିବାକୁ ପଡ଼ୁଛି। କେବଳ ଏତିକି ନୁହେଁ, ଏହି ବିଜ୍ଞାପନଗୁଡ଼ିକର ସଂଖ୍ୟା ମଧ୍ୟ ବହୁତ ଅଧିକ। ସବସ୍କ୍ରାଇବରମାନଙ୍କ ଅନୁଯାୟୀ, ଗୋଟିଏ ଏପିସୋଡରେ ୧୦ରୁ ଅଧିକ ବିଜ୍ଞାପନ ଦୃଶ୍ୟମାନ ହେଉଛି ଏବଂ ସେଗୁଡିକୁ ସ୍କିପ କରିବାର କୌଣସି ବିକଳ୍ପ ମଧ୍ୟ ଆସୁନାହିଁ। ଏହାକୁ ନେଇ ଦର୍ଶକ ମହଲରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧିତ ଖବର