ମୂଲ୍ୟ ଘୋଷଣା ପରେ ଏବେ ସ୍ପଷ୍ଟୀକରଣ ଦେଲା ସ୍ପୁଟନିକ-ଭିର ଭାରତ ନିର୍ମାତା; ମୂଲ୍ୟ ଧାର୍ଯ୍ୟ ହୋଇନି, ଆଲୋଚନା ଚାଲିଛି

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଥିବା ବେଳେ ଏହାର ମୁକାବିଲା ପାଇଁ କୋଭାକ୍ସିନ ଓ କୋଭିସିଲ୍ଡ ସହ କେନ୍ଦ୍ର ଋଷର ସ୍ପୁଟନିକ-ଭି କରୋନା ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। କିଛି ଦିନ ତଳେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଭାରତରେ ସ୍ପୁଟନିକ-ଭିର ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ଗତକାଲି ଏହାର ମୂଲ୍ୟ ଧାର୍ଯ୍ୟ କରିଥିଲା ସ୍ପୁଟନିକ-ଭିର ଭାରତ ନିର୍ମାତା ଡାକ୍ତର ରେଡ୍ଡୀସ ଲ୍ୟାବ। ଗତକାଲି ଭାରତରେ ସ୍ପୁଟନିକ-ଭିର ମୂଲ୍ୟ ୭୫୦ଟଙ୍କା ହେବ ବୋଲି ଡାକ୍ତର ରେଡ୍ଡୀସ ଲ୍ୟାବ କହିଥିବା ବେ‌ଳେ ଆଜି ନିଜର ବୟାନ ବଦଳାଇଛି।

ସ୍ପୁଟନିକ୍ ଭି ଟିକା ପାଇଁ ବିଶ୍ବର ମୂଲ୍ୟ ଡୋଜ ପିଛା ୭୫୦ଟଙ୍କା ଥିବାବେଳେ ଆମେ ଭାରତରେ ଆମଦାନୀ ହୋଇଥିବା ଡୋଜର ମୂଲ୍ୟ ଉପରେ ଆଲୋଚନା ଜାରି ରଖିଛୁ। ଏହି ପରିପ୍ରେକ୍ଷୀରେ ଅଧିକ ସୂଚନା ମିଳିବା ପରେ ଆମେ ମୂଲ୍ୟ ଘୋଷଣା କରିବୁ।

Russian Direct Investment Fund: South Korean consortium to produce 100  million doses a month of Russia's Sputnik V vaccine, Health News, ET  HealthWorld
ET HealthWorld

ରୁଷର ଗାମାଲିଆ ଇନଷ୍ଟିଚ୍ୟୁଟ୍ ଦ୍ୱାରା ବିକଶିତ ଏହି ଟିକାର ଉତ୍ପାଦନ ଭାରତରେ ୫ଟି କମ୍ପାନି କରିବେ। କମ୍ପାନି ମଧ୍ୟରେ ରହିଛନ୍ତି ବିରଚୋ ବାୟୋଟେକ୍(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ନିୟୁତ ଡୋଜ ଉତ୍ପାଦନ କରିବ), ଷ୍ଟେଲିସ୍ ବାୟୋଫାର୍ମା(୧୦୦ନିୟୁତ ଲୋକଙ୍କ ପାଇଁ ୨୦୦ମିଲିୟନ୍ ଡୋଜ ଉତ୍ପାଦନ କରିବ), ଗ୍ଲାଣ୍ଡ ଫାର୍ମା(୧୨୬ନିୟୁତ ଲୋକଙ୍କ ପାଇଁ ୨୫୨ନିୟୁତ ଡୋଜ ଉତ୍ପାଦନ କରିବ), ପାନେସିଆ ବାୟୋଟେକ୍(୫୦ନିୟୁତ ଲୋକଙ୍କ ପାଇଁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବ) ଏବଂ ହେଟେରୋ(୫୦ନିୟୁତ ଲୋକଙ୍କ ପାଇଁ ୧୦୦ନିୟୁତ ଡୋଜ ଉତ୍ପାଦନ କରିବ)।

ଟିକାର ଉତ୍ପାଦନ ଧିରେ ଧିରେ ବଢ଼ିବା ସହ ଏପ୍ରିଲ ଶେଷ କିମ୍ବା ମେ’ ମାସ ଆରମ୍ଭରୁ ଭାରତରେ ଟିକା ଉପଲବ୍ଧ ହେବ। ପ୍ରଥମେ ସୀମିତ ବ୍ୟବହାର ପାଇଁ ଟିକା ଉପଲବ୍ଧ ହେବ। ସମୟ ସହ ଉତ୍ପାଦନ ବଢ଼ିଲେ ଜୁନ ମାସ ଆଡକୁ ସମସ୍ତଙ୍କ ପାଖରେ ଟିକା ପହଞ୍ଚିପାରିବ।

ସମ୍ବନ୍ଧିତ ଖବର