ଶ୍ରୀଲଙ୍କା ଦଙ୍ଗା: ପ୍ରଧାନମନ୍ତ୍ରୀଙ୍କ ବିଭାଗ ଛଡ଼ାଇନେଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର କେନ୍ଦ୍ରୀୟ କାଣ୍ଡି ଜିଲ୍ଲାରେ ସମ୍ପ୍ରତି ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ଉଗ୍ରରୂପ ନେବାରେ ଲାଗିଛି। ତେବେ ଏଥିପାଇଁ ଦେଶର ଆଇନଶୃଙ୍ଖଳା ମନ୍ତ୍ରାଳୟ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେଙ୍କୁ ଦାୟୀ କରାଯାଇଛି। ଫଳରେ ତାଙ୍କୁ ୧୧ ଦିନ ତଳେପ୍ରଦତ୍ତ ଏହି ବିଭାଗକୁ ବୁଧବାର ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଛଡ଼ାଇନେଇ ବିକ୍ରମସିଂହେଙ୍କ ଦଳର ଅନ୍ୟତମ ନେତା ରଞ୍ଜିତ ମଜୁମା ବାନ୍ଦରାଙ୍କୁ ଅର୍ପଣ କରିଛନ୍ତି।

ସମ୍ବନ୍ଧିତ ଖବର