ଏନ୍‌ଡିଏ ମେଣ୍ଟକୁ ଫେରିବୁନି: ଷ୍ଟାଲିନ୍‌

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଚାଲିଥିବା ଏନ୍‌ଡିଏ ମେଣ୍ଟକୁ ଆମେ କେବେ ବି ଫେରିବୁ ନାହିଁ ବୋଲି ଡିଏମ୍‌କେ ସଭାପତି ଏମ୍‌.କେ. ଷ୍ଟାଲିନ କହିଛନ୍ତି। ପୁରୁଣା ସହଯୋଗୀମାନଙ୍କୁ ଏନ୍‌ଡିଏରେ ସ୍ବାଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ କହିବା ପରେ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଷ୍ଟାଲିନ୍‌ କହିଛନ୍ତି ଯେ ମୋଦୀ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭଳି ଉଦାର ନୁହନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ବାଜପେୟୀ ଏକ ସ୍ଥିର ଓ ଶକ୍ତିଶାଳୀ ସରକାର ଚାହୁଥିଲେ ଏବଂ ଏଥିରେ ଡିଏମ୍‌କେ ସହଯୋଗ କରିଥିଲା।

ସମ୍ବନ୍ଧିତ ଖବର