ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ; ଦଳାଚକଟାରେ ୩୫ ମୃତ

ତେହେରାନ୍‌: ଇରାନ୍‌ର ଜେନେରାଲ କାଶିମ୍‌ ସୁଲେମାନିଙ୍କ ଶବ ଶୋଭାଯାତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ଘଟିବା ଫଳରେ ବ୍ୟାପକ ଦଳାଚକଟା ଘଟିଛି। ଏହି ଦଳାଚକଟାରେ ଅତିକମ୍‌ରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା କହିଛି ଇରାନ୍‌ର ସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥା।
ଉଲ୍ଲେଖଯୋଗ୍ୟ, ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ବାଗ୍‌ଦାଦ୍‌ ଅନ୍ତର୍ଜାତୀୟ ବିମାନ ବନ୍ଦର ସମ୍ମୁଖରେ ଶୁକ୍ରବାର ଇରାନ୍‌ର କୁଦସ୍‌ ଫୋର୍ସର ମୁଖ୍ୟ ଜେନେରାଲ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁ ଘଟିଥିଲା। ସୁଲେମାନିଙ୍କ ଜନ୍ମ ସହରରେ ତାଙ୍କର ଶବ ଶୋଭାଯାତ୍ରା ବାହାର କରାଯାଇ ତାଙ୍କୁ କବର ଦେବାପାଇଁ ନିଆ ଯାଉଥିବା ବେଳେ ଲକ୍ଷଲକ୍ଷ ଇରାନ୍‌ବାସୀ ତାଙ୍କ ଶବ ଶୋଭାଯାତ୍ରରେ ସାମିଲ ହୋଇଥିଲେ।

ଶବ ଶୋଭାଯାତ୍ରରେ ସାମିଲ ହୋଇଥିବା ଶୋକାକୁଳ ଜନତା ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କ ମୃତ୍ୟୁର ‘ଭୟବହ ପ୍ରତିଶୋଧ’ ନିଆଯିବ। ସୁଲେମାନିଙ୍କୁ ସହିଦ କରି ତାଙ୍କ ରକ୍ତରେ ନିଜର ହାତକୁ ରକ୍ତରଞ୍ଜିତ କରିଥିବା ଆମେରିକା ଓ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଭୟାନକ ପ୍ରତିଶୋଧ ନିଆଯିବ ଆଦି ସ୍ଲୋଗାନ୍‌ ଦେଇଥିଲେ।

NDTV

ଏହି ସମୟରେ ଭିଡ଼କୁ ଆୟତ୍ତ କରିବା ଅସମ୍ଭବ ହୋଇ ପଡ଼ିଥିଲା। ଫଳରେ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ଘଟିଥିଲା। ଏହି ଘଟଣାରେ ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ବହୁ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା କହିଛି ଇରାନ୍‌ର ସରକାରୀ ସମ୍ବାଦ ପ୍ରସାରଣ ସଂସ୍ଥା। ଫଳରେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର