ଆର୍ଥିକ ସଂକଟ ଦୂର କରିବ ମଦ ! ଟିକସ ବୃଦ୍ଧି କଲେ ବିଭିିନ୍ନ ରାଜ୍ୟ

ନୂଆଦିଲ୍ଲୀ : ଦେଶର କେତେକ ରାଜ୍ୟରେ ମଦ ଦୋକାନ ଖୋଲିବା ପରେ ମଦ କିଣିବା ପାଇଁ ଲୋକମାନେ ପ୍ରବଳ ଗହଳି କରୁଥିବା ଦେଖିବାକୁ ମିଳୁଛି । ଏଥିପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି । ତେବେ ଏହି ମୌକାରେ ରାଜ୍ୟ ସରକାରମାନେ ନିଜ ନିଜର ରାଜସ୍ୱ ବୃଦ୍ଧି କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।

ଦେଶର କେତେକ ରାଜ୍ୟ ଯଥା ଉତ୍ତରପ୍ରଦେଶ, ଦିଲ୍ଲୀ, ଆସାମ,କର୍ଣ୍ଣାଟକ, ଛତିଶଗଡ଼, ରାଜସ୍ଥାନ ଆଦି ରାଜ୍ୟ ମଦ ଉପରେ ଟିକସ ପରିମାଣକୁ ବୃଦ୍ଧି କରିଦେଇଛନ୍ତି । ଦିଲ୍ଲୀ ସରକାର ମଦ ଉପରେ କରୋନା ଟିକସ ବସାଇବା ପରେ ମଦ ମୂଲ୍ୟ ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିପରି ଆନ୍ଧ୍ରପ୍ରଦେଶ ସରକାର ମଧ୍ୟ ମଦ ଉପରେ ଉତ୍ପାଦ ଶୁଳକ ୭୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସଂକେତ ଦେଇଛନ୍ତି । ପଶ୍ଚିମ ବଙ୍ଗ ସରକାର ମଦ ଉପରେ ଉତ୍ପାଦ ଶୁଳକ ୩୦ ପ୍ରତିଶତ ଓ ରାଜସ୍ଥାନ ସରକାର ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଉତ୍ତରପ୍ରଦେଶ ସରକାର ବିଭିନ୍ନ ବୋତଲ ଉପରେ ୫ରୁ ୪୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଲକଡାଉନ ଯୋଗୁଁ ବିଭିନ୍ନ ଶିଳ୍ପ ସଂସ୍ଥା ଓ ବ୍ୟବସାୟ ବନ୍ଦଥିବାରୁ ରାଜ୍ୟ ସରକାରମାନଙ୍କ ରାଜସ୍ୱ ହ୍ରାସ ପାଇଛି । ଏହା ଫଳରେ କରୋନା ମୁକାବିଲା କରୁଥିବା ରାଜ୍ୟମାନେ ଆର୍ଥିକ ସଂକଟରେ ପଡ଼ିଛନ୍ତି । ମଦ ଉପରେ ଟିକସ ବୃଦ୍ଧି କରି ରାଜ୍ୟ ସରକାରମାନେ ନିଜର ରାଜସ୍ୱ ହାନୀକୁ କେତେକାଂଶରେ ଭରଣା କରିବାକୁ ଚାହୁଁଛନ୍ତି ।

ସମ୍ବନ୍ଧିତ ଖବର