ଭଦ୍ରକ: ଅସୁରାଳି ସଂଗରୋଧ କେନ୍ଦ୍ରରେ ଯୋଗ ଶିକ୍ଷା

ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଯୋଗ ଓ ଧ୍ୟାନ ଶିକ୍ଷା‌ ଦିଆଯାଉଛି। ତିହିଡି ବ୍ଲକର ଏକ ସଂଗରୋଧ କେନ୍ଦ୍ରରେ ନାଚ ଗୀତ କରି ସଂଗରୋଧ ଆଇନକୁ ଉଲ୍ଲଂଘନ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାକୁ ଆସିବା ପରେ ସେହି ୬ ଜଣ ବିଶୃଙ୍ଖଳାକାରୀଙ୍କ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏହାପରେ ଧାମନଗର ବ୍ଲକର ଅଧ୍ୟକ୍ଷ ଅଶୋକ ନାୟକ ଓ ବ୍ଲକ ପ୍ରଶାସନର ସହଯୋଗରେ ଅସୁରାଳି ସଂଗରୋଧ କେନ୍ଦ୍ରରେ ରହୁଥିବା ୧୫ରୁ ଉର୍ଦ୍ଧ୍ବ ଲୋକଙ୍କୁ ସକାଳେ ସଂଧ୍ୟାରେ ଯୋଗ, ବ୍ୟାୟାମ ଓ ପ୍ରାର୍ଥନା କରାଉଥିବା ଜଣାପଡିଛି। କଲିକତା ଫେରନ୍ତା ଲୋକମାନେ ନିଜ ଘରକୁ ନଯାଇ ସଂଗରୋଧ କେନ୍ଦ୍ରରେ ରହୁଥିବା ବେଳେ ସେମାନଙ୍କୁ ୧୪ ଦିନ ପାଇଁ ଏଭଳି ଶୃଙ୍ଖଳିତ ଜୀବନ ଯାପନ କରିବା ପାଇଁ ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର କରୋନା କଟକଣା କରିଥିବା ବେଳେ ଆମେ ସମସ୍ତେ ଏଭଳି କାର୍ଯ୍ୟରେ ସହଯୋଗ କରିବାକୁ ଶ୍ରୀ ନାୟକ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଅସୁରାଳି କେନ୍ଦ୍ରରେ ଯୋଗ ଶିକ୍ଷା କରାଯାଉ ନାହିଁ। ଅଧିକାଂଶ କେନ୍ଦ୍ରକୁ ପ୍ରତିଦିନ ବୁଲି ବୁଲି ଅଧ୍ୟକ୍ଷ ଶ୍ରୀ ନାୟକ ଏଭଳି କାର୍ଯ୍ୟ କରୁଛନ୍ତି। କରୋନା ବେଳେ ଲୋକମାନଙ୍କ ସହ ରହି ସେମାନଙ୍କୁ ଦୀର୍ଘ୍ୟ ୨ ମାସ ହେଲା ଶ୍ରୀ ନାୟକ ଅଯାତିତ ଭାବେ ସେବା ‌ ଯୋଗାଇ ଆସୁଛନ୍ତି। ସବୁ କ୍ଷେତ୍ରରେ ପୁଲିସ ଓ ପ୍ରଶାସନକୁ ସେ ସହଯୋଗ ଓ ସହାୟତାର ହାତ ବଢାଇଛନ୍ତି। ସକାଳୁ ଉଠି ସଂଧ୍ୟା ପର୍ଯ୍ୟନ୍ତ ଶ୍ରୀ ନାୟକ ନିରନ୍ତର ସେବା ଯୋଗାଉ ଜିଲ୍ଲାରେ ଅନ୍ୟ ରାଜନେତାଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି।

ସମ୍ବନ୍ଧିତ ଖବର