ତଥ୍ୟ ଚୋରି ରୋକିବାକୁ ଫେସ୍‌ ବୁକ୍‌ର ଘୋଷଣା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ରୁ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହେବା ଘଟଣାକୁ ଫେସ୍‌୍‌ବୁକ୍‌ ସିଇଓ ମାର୍କ ଜୁକର୍‌୍‌ବର୍ଗ ସ୍ୱୀକାର କରିବା ସହ ଏଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି। ତେବେ ଭବିଷ୍ୟତରେ ତଥ୍ୟ ଚୋରିକୁ ରୋକିବା ପାଇଁ କେତେକ କଡ଼ା ପଦକ୍ଷେପ ନିଆଯାଉଥିବା ଜୁକରବର୍ଗ ଆଜି ଘୋଷଣା କରିଛନ୍ତି। ଫେସ୍‌ବୁକ୍‌ର ତଥ୍ୟକୁ ନେଇ ବେଆଇନ ବ୍ୟବହାର କରିଥିବା ସଂସ୍ଥାଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏପ୍‌୍‌ସ ସଂପର୍କରେ ବ୍ୟବହାରକାରୀଙ୍କୁ ସଚେତନ କରାଯିବ। ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଉଦ୍ୟମ ହେବାମାତ୍ରେ ଯେଭଳି ତତ୍‌୍‌କ୍ଷଣାତ ସୂଚନା ମିଳିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। ଯଦି କେହି ବିଗତ ୩ ମାସ ମଧ୍ୟରେ ଫେ୍‌ସବୁକରୁ କୌଣସି ଏପ୍‌୍‌ସ ମାଧ୍ୟମରେ ଡାଟା ସଂଗ୍ରହ କରିଛି ସେହି ଏପ୍‌୍‌ସର ସଂପୃକ୍ତିକୁ ତୁରନ୍ତ ହଟାଇ ଦିଆଯିବ। ଫେସ୍‌୍‌ବୁକ୍‌ ସହିତ ସଂଯୋଗ ହୋଇଥିବା ସମସ୍ତ ଏପ୍‌୍‌ସର କଡ଼ା ଯାଞ୍ଚ କରାଯିବାକୁ କମ୍ପାନି ଆଜି ଘୋଷଣା କରିଛି।

ସମ୍ବନ୍ଧିତ ଖବର