ଏବେ ସିଆରପିଏଫ୍, ବିଏସ୍ଏଫ୍ କ୍ୟାଣ୍ଟିନରେ ମଧ୍ୟ ଶସ୍ତାରେ ବିଦେଶୀ ମଦ ମିଳିବ ! ଆଗରୁ କେବଳ ମିଳୁଥିଲା ସେନା କ୍ୟାଣ୍ଟିନରେ
ନୂଆଦିଲ୍ଲୀ : ଏଣିକି ସବୁ ପ୍ରକାରର ଅର୍ଦ୍ଧସାମରିକ ବାହିନୀ କ୍ୟାଣ୍ଚିନ ଗୁଡ଼ିକରେ ଭାରତରେ ଉତ୍ପାଦିତ ବିଦେଶୀ ମଦ ଶସ୍ତାରେ ମିଳିବ । ପୂର୍ବରୁ କେବଳ ଭାରତୀୟ ସେନା, ନୌସେନା ଓ ବାୟୁସେନା କ୍ୟାଣ୍ଟିନରେ ପ୍ରାୟ ଅଧା ଦାମରେ ବିଦେଶୀ ମଦ ମିଳୁଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ କେରଳରେ ଥିବା କ୍ୟାଣ୍ଟିନ ଗୁଡ଼ିକରେ ଏହା ଲାଗୁ ହେବ । କାରଣ ସେଠିକାର ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ରିହାତି ପାଇଁ ରାଜି ହୋଇଛନ୍ତି । ମଦ ଉପରେ ଟିକସ ରାଜ୍ୟ ସରକାରଙ୍କ ଅଧିନସ୍ଥ ହୋଇଥିବାରୁ ଅନ୍ୟ ରାଜ୍ୟମାନେ ଟିକସ ରିହାତି ଦେଲେ ସଂପୃକ୍ତ ରାଜ୍ୟରେ ଥିବା ଅର୍ଦ୍ଧସାମରିକ ବାହିନୀର କ୍ୟାଣ୍ଟିନ ଗୁଡ଼ିକରେ ମଧ୍ୟ ରିହାତିରେ ମଦ ମିଳିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ସବୁ ଅର୍ଦ୍ଧସାମରିକ ବାହିନୀର କ୍ୟାଣ୍ଟିନରେ ଶସ୍ତାରେ ମଦ ମିଳିବ ସେଗୁଡ଼ିକ ହେଲା ସୀମା ସୁରକ୍ଷା ବଳ (ବିଏସଏଫ), ଇଣ୍ଡୋ ତିବ୍ଦତିଆନ ବର୍ଡର ପୁଲିସ(ଆଇଟିବିପି), କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ( ସିଆରପିଏଫ), ତଟରକ୍ଷୀ ବାହିନୀ(କୋଷ୍ଟଗାର୍ଡ), କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ(ସିଆଇଏସଏପ), ସଶସ୍ତ୍ର ସୀମା ବଳ ଓ ଆସାମ ରାଇଫଲ୍ସ ।
ମିଲିଟାରୀ କ୍ୟାଣ୍ଟିନଗୁଡ଼ିକରେ ଶସ୍ତାରେ ବିଦେଶୀ ମଦ ମିଳିବାର କାରଣ ହେଉଛି ସରକାର ଏହା ଉପରୁ ଟିକସ ଛାଡ କରିଥାନ୍ତି ବା କମ ଟିକସନେଇ ଥାନ୍ତି । ମଦ ଉପରେ ବିକ୍ରି କର ଉପରେ ୫୦ ପ୍ରତିଶତ ରିହାତି ଓ ଉତ୍ପାଦ ଶୁଳକ ଲିଟର ପିଛା ମାତ୍ର ୨୧ ଟଙ୍କା ନିଆଯାଇଥାଏ । କିନ୍ତୁ ବଜାରରେ ବିଦେଶୀ ମଦ ଉପରେ ଲିଟର ପିଛା ୩୩ରୁ ୬୬ ଟଙ୍କା ପର୍ଯ୍ୟନ୍ତ ଉତ୍ପାଦ ଶୁଳକ ଆଦାୟ କରାଯାଇଥାଏ । ଆହୁରି ମଧ୍ୟ ବାର୍ ହୋଟେଲ ଗୁଡ଼ିକ ଉପରେ ଲାଇସେନ୍ସ ବାବଦରେ ବର୍ଷକୁ ୨୪ ଲକ୍ଷ ଟଙ୍କା ଆଦାୟ କରାଯାଏ କିନ୍ତୁ ମିଲିଟାରୀ କ୍ୟାଣ୍ଟିନଗୁଡ଼ିକ ବର୍ଷକୁ ମାତ୍ର ୧୦୦୦ ଟଙ୍କାର ଲାଇସେନ୍ସ ଦେୟ ଦିଅନ୍ତି ।