ଦେଖୁଦେଖୁ ପସନ୍ଦ ଆସିଲା ଝିଅ: ତୁରନ୍ତ ବାହା ହେବାକୁ ପୁଅ କଲା ଜିଦ, ଆଉ ତା ପରେ…

ରାଞ୍ଚି: ଝିଅ ଦେଖିବାକୁ ପୁଅ ସହ ପରିବାର ଲୋକ ଯାଇଥିଲେ | ଆଉ ପୁଅକୁ ଝିଅ ଏତେ ପସନ୍ଦ ଆସିଲା ଯେ ତୁରନ୍ତ ବାହା କରାଇବାକୁ ଜିଦ ଧରିଲା | ଶେଷରେ ପୁଅର ଜିଦ ଆଗରେ ପରିବାର ପାଖରେ ଆଉ କିଛି ଜୁ ନଥିଲା | ବିନା ଲଗ୍ନ-ବିନା ବରଯାତ୍ରୀରେ ଉକ୍ତ ଝିଅ ସହ ବିବାହ ଅନୁଷ୍ଠିତ ହେଲା |

ଝାଡ଼ଖଣ୍ଡର ଚତରା ଅଂଚଳରେ ଏଭଳି ଏକ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି | ମିଳିଥିବା ସୂଚନା ମୁତାବକ ହଜାରୀବାଗ ଅଂଚଳର ରାଜେନ୍ଦ୍ର କୁମାର ନିଜ ପରିବାର ସଦସ୍ୟଙ୍କ ସହ ଝିଅ ଘର ଗିଦ୍ଧରକୁ ଯାଇଥିଲେ | ଆଉ ପ୍ରଥମ ଦେଖାରେ ରାଜେନ୍ଦ୍ରଙ୍କୁ ଝିଅଟି ଏତେ ପସନ୍ଦ ଆସିଥିଲା ଯେ, ସେ ତୁରନ୍ତ ବିବାହ କରିବାକୁ ଜିଦ ଧରିଥିଲେ | ଆଉ ପୁଅର ଜିଦ ଦେଖି ପରିବାର ସଦସ୍ୟ ବାରମ୍ବାର ବୁଝାଇଥିଲେ | କୌଣସି ପ୍ରସ୍ତୁତି ହୋଇନଥିବା ସହ ଲଗ୍ନ ଠିକ ନଥିବା କଥା ମଧ୍ୟ କହିଥିଲେ | ଆସନ୍ତା ଏପ୍ରିଲ ମାସରେ ନିଶ୍ଚିତ ଭାବେ ବିବାହ କରାଇବାକୁ ସମସ୍ତେ କହିଥିଲେ ବି ପୁଅ କୌଣସି କଥା ଶୁଣିବାକୁ ରାଜି ହୋଇନଥିଲେ |

Jharkhand Chatra News चतरा में हुई इस अनूठी शादी के हर तरफ चर्चे हैं।
Photo-dainik jagaran

ଶେଷରେ ଦୁଇ ପରିବାର ବିବାହ କରାଇବାକୁ ରାଜି ହୋଇଥିଲେ | ଝିଅକୁ ବିବାହ ବାବଦରେ ପଚରାଯାଇଥିଲା, ଆଉ ଝିଅଟି ହଁ କହିବା ପରେ ପାଖରେ ଥିବା ଏକ ମନ୍ଦିରରେ ଦୁଇ ଜଣଙ୍କର ବିବାହ ଅନୁଷ୍ଠିତ ହୋଇଥିଲା | ମହାଶିବରାତ୍ରି ଅବସରରେ ସ୍ଥାନୀୟ ଏକ ଶିବ ମନ୍ଦିରରେ ଉଭୟଙ୍କର ବିବାହ ହୋଇଥିଲା | ତୁରନ୍ତ ବିବାହ କାର୍ଯ୍ୟକ୍ରମ ହୋଇଥିବାରୁ ବରଯାତ୍ରୀ ଆସିପାରିନଥିଲେ | ବିନା ବାଜା ଓ ରୋଷଣୀରେ ରାଜେନ୍ଦ୍ରଙ୍କର ବିବାହ କରିବାକୁ ପଡିଥିଲା |

ସମ୍ବନ୍ଧିତ ଖବର