ଆଫଗାନିସ୍ତାନ ମସ୍‌ଜିଦରେ ଆତ୍ମଘାତୀ ବିସ୍ଫୋରଣ: ଶତାଧିକ ମୃତ

କାବୁଲ : ଉତ୍ତର ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶୁକ୍ରବାର ଦିନ ଏକ ଶିହା ମସଜିଦ୍‌ରେ ଆତ୍ମଘାତୀ ବିସ୍ଫୋରଣ ହୋଇ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ଲୋକ ଆହତ ହୋଇଛନ୍ତି। ମସଜିଦ୍‌ରେ ଲୋକେ ପ୍ରାର୍ଥନା କରୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା। ଆମେରିକା ଆଫ୍‌ଗାନ ମାଟି ଛାଡ଼ିବାପରେ ଏହା ସବୁଠୁ ବଡ଼ ଆକ୍ରମଣ। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ପ୍ରାଥମିକ ତଦନ୍ତରୁ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣ କରିଥିବା ସ୍ପଷ୍ଟ ହୋଇସାରିଛି।

କୁନ୍ଦୁଜ ପ୍ରଦେଶର ଉପ ପୁଲିସ ମୁଖ୍ୟ କହିଛନ୍ତି, ଏହା ଏକ ପ୍ରଚଣ୍ଡ ଆତ୍ମଘାତୀ ବିସ୍ଫୋରଣ ଥିଲା। ମସଜିଦ୍‌ରେ ପ୍ରାର୍ଥନା କରୁଥିବା ଲୋକମାନଙ୍କ ମଧ୍ୟରେ ଆତ୍ମଘାତୀ ଆତଙ୍କବାଦୀ ରହି ଏହି ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, ତାଲିବାନକୁ ଲଗାତାର ଭାବେ ଆଇଏସ୍‌ ଟାର୍ଗେଟ୍‌ କରୁଛି। ଅଗଷ୍ଟ ୨୬ରେ ହୋଇଥିବା ବିସ୍ଫୋରଣ ପାଇଁ ମଧ୍ୟ ଆଇଏସ୍‌ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଥିଲା। କାବୁଲ ବିମାନ ବନ୍ଦରରେ ହୋଇଥବା ବିସ୍ଫୋରଣ ଯୋଗୁଁ ୧୬୯ ଆଫଗାନ ନାଗରିକ ଏବଂ ୧୩ ଆମେରିକୀୟ ସୈନିକ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର