ଭିଡ଼ହିଂସା ରୋକିବାକୁ ପଦକ୍ଷେପ, କେନ୍ଦ୍ର ଓ ୧୦ ରାଜ୍ୟକୁ ଜବାବ ମାଗିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଭିଡ଼ ହିଂସା ଘଟଣାକୁ ରୋକିବା ପାଇଁ ସୁପ୍ରିମ୍‌ କୋର୍ଟ ୨୦୧୮ରେ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଥିଲେ ତାହାକୁ କିଭଳି କାର୍ଯ୍ୟକାରୀ କରାଯାଇଛି ସେ ନେଇ ଆଜି ସୁପ୍ରିମ୍‌ କୋର୍ଟ କେନ୍ଦ୍ର ସରକାର ଓ ୧୦ଟି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ଜମ୍ମୁ କଶ୍ମୀର, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜରାଟ, ବିହାର ,ଝାଡ଼ଖଣ୍ଡ, ଆସାମ ଓ ଦିଲ୍ଲୀ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏ ଦିଗରେ କିଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ୨୦୧୮ ନିର୍ଦ୍ଦେଶାବଳୀ ପାଳନ କରିବାରେ କି କି ପଦକ୍ଷେପ ନିଆଯାଇଛି ତାହା ବିସ୍ତୃତ ଭାବେ ଜଣାଇବାକୁ କୋର୍ଟ କହିଛନ୍ତି। ଏ ଦିଗରେ ଜାତୀୟ ମାନବାଧିକାର କମିସନଙ୍କୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଜବାବ ତଲବ କରିଛନ୍ତି।

ସମ୍ବନ୍ଧିତ ଖବର