ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆଜି, ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ନୂଆଦିଲ୍ଲୀ : ଆସନ୍ତାକାଲି ସୁପ୍ରିମକୋର୍ଟ ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ସଂସ୍କାର ମାମଲାକୁ ନେଇ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିବେ। ଶୁଣାଣି ପୂର୍ବରୁ ଆମିକସ୍‌ କ୍ୟୁରି ରଣଜିତ କୁମାରଙ୍କ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ‌ନୋଟ୍‌ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଗତ ସେ‌ପ୍‌ଟେମ୍ବର ୧୭ ଶୁଣାଣିରେ ଆମିକସ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ଲୋଡ଼ିଥିଲେ। ତଦନୁସାରେ ଆମିକସ କ୍ୟୁରି ଶ୍ରୀ କୁମାର ଗତ ମାସ ୨୭ରେ ଏକ ନୋଟ୍‌ ଦାଖଲ କରିଛନ୍ତି।

ନୋଟ୍‌ରେ ଆମିକସ କ୍ୟୁରି ତାଙ୍କ ସେପ୍‌ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଥିବା କୁହାଯାଉଛି। ଏହା ଛଡ଼ା ରାଜ୍ୟ ସରକାରଙ୍କ ଓକିଲ ଶିଭାଶିଷ ମିଶ୍ରଙ୍କ ଦ୍ୱାରା ଗତ ମାସ ୩୦ରେ ଶ୍ରୀମନ୍ଦିର ମାମଲାରେ ଏକ ଅତିରିକ୍ତ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। ଶ୍ରୀମନ୍ଦିର ମାମଲାରେ ‘ଇଣ୍ଟରକଣ୍ଟିନେଣ୍ଟାଲ୍‌ ଆସୋସିଏସନ୍‌ ଅଫ୍‌ ଲୟାରର୍ସ’ର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟ ଆଇନଜୀବୀ ଦେବାଶିଷ ମିଶ୍ରଙ୍କ ଦ୍ବାରା ତଦାରଖକାରୀ କମିଟି ନିଯୁକ୍ତି କରିବା ତଥା ସେପ୍ଟେମ୍ବର ୧୭ରେ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ଯାହାକୁ କୋର୍ଟ ଡିସ୍‌ପୋଜ ଅଫ୍‌ କରିଦେଇଥିଲେ, ତାହା ଉପରେ ନିର୍ଦ୍ଦେଶ ଜାରି କରିବା ପାଇଁ ସେପ୍ଟେମ୍ବର ୩୦ରେ ମଧ୍ୟବର୍ତ୍ତୀକାଳୀନ ଆବେଦନ କରାଯାଇଛି।

ସମ୍ବନ୍ଧିତ ଖବର