ପୋଲାଭରମ ପ୍ରକଳ୍ପ ମାମଲା : ୨୭ରେ ମାମଲାର ଶୁଣାଣି

ନୂଆଦିଲ୍ଲୀ : ବିବାଦୀୟ ଇନ୍ଦିରାସାଗର ପୋଲାଭରମ୍‌୍‌ ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାର ତ୍ବରିତ ଶୁଣାଣି କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଚାରପତି ମଦନ ବି ଲୋକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଆଜି ରାଜ୍ୟ ସରକାରଙ୍କ ଓକିଲ ରାଧେଶ୍ୟାମ ଜେନା ଅନୁାରାଧ କରିଥିବା ଜଣାପଡ଼ିଛି। ତେବେ, ଆସନ୍ତା ନଭେମ୍ବର ୨୭‌େର ମାମଲାର ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଆଜି ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓକିଲ ଶ୍ରୀ ଜେନା ୨୭ ତାରିଖରେ ଓଡ଼ିଶା ପକ୍ଷରୁ ମାମଲାର ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍‌ ଅନୁପସ୍ଥିତ ରହୁଥିବାରୁ ମାମଲାର ଶୁଣାଣି ନଭେମ୍ବର ୨୮ରେ ଧାର୍ଯ୍ୟ କରାଯାଉ ବୋଲି ଖଣ୍ଡପୀଠଙ୍କ ନିକଟରେ ଦାବି କରିଥିଲେ। ହେଲେ, ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଏକେ ଗାଙ୍ଗୁଲି ମାମଲାର ଶୁଣାଣି ଡି‌ସେମ୍ବରରେ କରାଯାଉ ବୋଲି ଯୁକ୍ତି ବାଢ଼ିଥ‌ିଲେ। କିନ୍ତୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ଯୁକ୍ତିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ମାମଲାର ଶୁଣାଣି ନଭେମ୍ବର ୨୭ରେ ହେବ ବୋଲି ଧାର୍ଯ୍ୟ କରିଥିଲେ।

ସମ୍ବନ୍ଧିତ ଖବର