ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ‘ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର’ ପାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ଦ୍ୱାରା ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ। ସରକାର ଏବଂ ସୁରିନାମ ଲୋକଙ୍କ ଏହି ବିଶେଷ ଭାବ ଆମ ଦେଶ ସହ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ।’

ସମ୍ବନ୍ଧିତ ଖବର