ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା: ମହାରାଷ୍ଟ୍ର ସରକାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି: ସଞ୍ଜୟ ରାଉତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲାରେ ଏବେ ଏକ ନୂଆ ମୋଡ଼ ଆସିଛି। ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ ପରୋକ୍ଷରେ କେନ୍ଦ୍ର ସରକାରଙ୍କୁ ଟା‌ର୍ଗେଟ୍‌ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ମାମଲା ସମ୍ପୂର୍ଣ୍ଣ ପାରିବାରିକ ହୋଇଥିବା ବେଳେ କେନ୍ଦ୍ର ସରକାର ଏହାକୁ ରାଜନୀତିର ରଙ୍ଗ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ରାଉତ କହିଛନ୍ତି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବାରୁ ରାଉତ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ଏହି ପ୍ରସଙ୍ଗରୁ ରାଜନୈତିକ ଫାଇଦା ଉଠାଇକୁ ଚେଷ୍ଟା କରୁଛି ବୋଲି କହିଛନ୍ତି।

ଶିବସେନା ମୁଖପତ୍ର ‘ସାମ୍‌ନା’ରେ ‘ମହାରାଷ୍ଟ୍ର ସରକାର ବିରୋଧରେ ଷଡ଼ଯନ୍ତ୍ର’ ଶୀର୍ଷକ ଏକ ସମ୍ପାଦକୀୟ ପ୍ରକାଶ କରି ରାଉତ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି। ମୁମ୍ବାଇ ପୁଲିସ ବଦଳରେ ସିବିଆଇକୁ ତଦନ୍ତ ଭାର ପ୍ରଦାନ କରିବାକୁ କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରି ମହାରାଷ୍ଟ୍ର ସରକାରଙ୍କ ସ୍ବାଧୀନତା ଉପରେ ହସ୍ତକ୍ଷେପ କରିଛନ୍ତି ବୋଲି ରାଉତ କହିଛନ୍ତି। ସେ କହିଛନ୍ତି, ସିବିଆଇ ଏକ ସ୍ବୟଂସମ୍ପୂର୍ଣ୍ଣ ସ୍ବାଧୀନ ତଦନ୍ତକାରୀ ସଂସ୍ଥା। ମାତ୍ର କେନ୍ଦ୍ର ସରକାରଙ୍କ ଚାପରେ ଏହା ପକ୍ଷପାତିତା କରୁଛି ବୋଲି ସିବିଆଇକୁ ଟାର୍ଗେଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର