ତାଲିବାନ ହତ୍ୟା କରିଦେବ, ବଞ୍ଚାଇ ଦିଅନ୍ତୁ: କାନ୍ଦିକାନ୍ଦି ଆମେରିକୀୟ ସେନାକୁ ଗୁହାରି କଲେ ଯୁବତୀ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପରିସ୍ଥିତି ବହୁତ ଖରାପ ହୋଇଯାଇଛି। କାବୁଲ ବିମାନବନ୍ଦରରୁ ସାମ୍ନାକୁ ଆସୁଥିବା ଫଟୋ ଦେଖି ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ କୌଣସି ପ୍ରକାରେ ଦେଶ ବାହାରକୁ  ଚାଲିଯିବା ପାଇଁ ଚାହୁଁଛନ୍ତି। ତାଲିବାନ ଶାସନରେ ରହିବା ଅସମ୍ଭବ। ତେବେ ତାଲିବାନ କହୁଛି କି ମହିଳାମାନଙ୍କୁ ଶିକ୍ଷା ଓ କାମ କରିବାରେ ସ୍ବାଧୀନତା ଦିଆଯିବ। ବୁର୍ଖା ପଛେ ନପିନ୍ଧନ୍ତୁ ହିଜାବ ପିନ୍ଧିବାକୁ ହେବ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏଥିରେ ଜଣେ ଝିଅ ଆମେରିକୀୟ ସୈନିକଙ୍କୁ ଗୁହାରି କରୁଛନ୍ତି କି, ଆମକୁ ଏଠାରୁ ବାହାର କରନ୍ତୁ ନଚେତ ତାଲିବାନ ଆମକୁ ମାରିଦେବ। ଏହି ଭିଡିଓକୁ ଆଫଗାନିସ୍ଥାନରେ ରିପୋର୍ଟିଂ କରୁଥିବା ସାମ୍ବାଦିକ ହିଜବୁଲ୍ଲା ଖାନ ଟୁଇଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର