ବନ୍ଦୀ କଏଦୀଙ୍କୁ ମୁକ୍ତ କଲା ତାଲିବାନ, ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଦିଲ୍ଲୀରୁ କାବୁଲ ଯିବ ଏୟାରଇଣ୍ଡିଆ ବିମାନ

କାବୁଲ: ଆଫଗାନିସ୍ତାନରେ କ୍ଷମତା ତାଲିବାନ ହାତକୁ ଯିବା ପରେ ଏବେ ନିଜ ମନ ମୁତାବକ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନକୁ କବଜା କରିବା ପରେ ପ୍ରଥମେ  ଜେଲରେ ବନ୍ଦୀ ଥିବା ତାଲିବାନୀ ସଂଗ୍ରାମୀଙ୍କୁ ମୁକ୍ତ କରାଯାଇଛି। ଆଫଗାନିସ୍ତାନ ସେନା ଆତ୍ମସମର୍ପଣ କରିବା ପରେ ତାଲିବାନ ବାଗ୍ରାମ ଏୟାରବେସରୁ ବନ୍ଦୀମାନଙ୍କୁ ମୁକ୍ତ କରିଛି। ବାଗ୍ରାମ୍ ଏୟାର ବେସରେ ପ୍ରାୟ ୫,୦୦୦ତାଲିବାନୀ ଏବଂ ଇସଲାମିକ୍ ଷ୍ଟେଟ୍ ଗୋଷ୍ଠୀର ସଂଗ୍ରାମୀ ଥିଲେ ବୋଲି ଜଣାପଡ଼ିଛି। ଏହି ଖବର ଆସିବା ପରେ ଏବେ ଦେଶରେ ଆତଙ୍କବାଦୀ କ‌ାର୍ଯ୍ୟକଳାପ ବଢ଼ିବ ବୋଲି ଟ୍ବିଟରରେ ଚର୍ଚ୍ଚା ଜୋର ଧରିଛି।

indiatoday.in

ଅନ୍ୟପକ୍ଷରେ ତାଲିବାନର କାର୍ଯ୍ୟକଳାପ ଦେଖି ଭାରତ ସରକାର ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଏୟାରଇଣ୍ଡିଆକୁ ଦୁଇଟି ବିମାନ କାବୁଲରେ ପ୍ରସ୍ତୁତ ରଖିବାକୁ କହିଛନ୍ତି। ଆଜି ଏୟାରଇଣ୍ଡିଆ ବିମାନ ଦିଲ୍ଲୀରୁ ଉଡ଼ାଣ କରି ଦିିନ ୧୨.୩୦ରେ କାବୁଲରେ ପହଞ୍ଚିବ ବୋଲି ଜଣାପଡ଼ିଛି। ବିମାନଟି ରାତିି ୮.୩୦ରେ ଉଡ଼ାଣ କରିବାର ଥିଲା। କିନ୍ତୁ ପରିସ୍ଥିତିକୁ ଦେଖି ଏବେ ବିମାନକୁ ଶୀଘ୍ର ପଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର।

ଏ ମଧ୍ୟରେ ଟୁଇଟର‌ରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଆଫଗାନମାନେ ଦେଶ ଛାଡ଼ିବା ପାଇଁ କାବୁଲ୍ ବିମାନବନ୍ଦରରେ ଭିଡ଼ ଜମାଇଥିବା ଦେଖାଯାଇଛି।ଏଥିସହ ଏହି ଭିଡିଓରେ ଗୁଳିଚାଳନାର ଶବ୍ଦ ମଧ୍ୟ ଶୁଣାଯ‌ାଉଛି। ଏହା ସ୍ପଷ୍ଟ କରୁଛି ଯେ କାବୁଲ ବିମାନବନ୍ଦର ନିକଟସ୍ଥ ଅଞ୍ଚଳରେ ଗୁଳିଚାଳନା ହୋଇଛି।

ସମ୍ବନ୍ଧିତ ଖବର