ଏୟାରପୋର୍ଟରେ ଲୋକଙ୍କୁ ଘଉଡାଇବା ପାଇଁ ଆଖିବୁଜା ଗୁଳିଚାଳନା କଲେ ତାଲିବାନ ଆତଙ୍କବାଦୀ

କାବୁଲ: ବର୍ବରତାର ସବୁ ସୀମା ଟପିଯାଇଛନ୍ତି ତାଲିବାନ ଆତଙ୍କବାଦୀ । ଏବେ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । ଏ ଦୃଶ୍ୟ କାବୁଲ ଏୟାରପୋର୍ଟର ବୋଲି ସୂଚନା ମିଳିଛି । ଲୋକଙ୍କ ଉପରକୁ କିପରି ଆଖିବୁଜା ଗୁଳି ଚାଳନା କରୁଛନ୍ତି ତାଲିବାନୀ ଆତଙ୍କବାଦୀ ତାହାର ଭିଡିଓ ସାମ୍ନାକୁ ଆସିଛି । ଏ ଭିଡିଓଟି ଗତ ୧୬ ତାରିଖର ବୋଲି କୁହାଯାଉଛି । ତାଲିବାନ କାବୁଲ କବଜା କରିବା ପରେ ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ଏୟାରପୋର୍ଟରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ ।

ଆଉ ଭିଡ ନିୟନ୍ତ୍ରଣ କରିବା ପାଇଁ ଆଖିବୁଜା ଗୁଳି ଚାଳନା କରିଥିଲେ ତାଲିବାନୀ । ନିଜ ଜୀବନ ବଂଚାଇବା ପାଇଁ ଲୋକମାନେ ଯଥା ସମ୍ଭବ ଚେଷ୍ଟା କରିଥିଲେ, ଯିଏ ଯେଉଁଠି ପାରିଥିଲା ଲୁଚିଯାଇଥିଲେ | ଅଗଷ୍ଟ ୧୬ ତାରିଖ ଦିନ ବିମାନରେ ଯିବା ପାଇଁ ଲୋକଙ୍କ ମଧ୍ୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନବନ୍ଦର ଭିତରେ ଯେତିକି, ବାହାରେ ତାଠାରୁ ଅଧିକ ଲୋକ ଏକାଠି ହୋଇଥିଲେ ।

ସମ୍ବନ୍ଧିତ ଖବର