ଆମେରିକା ପାଇଁ ଅଡ଼ୁଆ, ତାଲିବାନ ଆତଙ୍କବାଦୀ ଆମେରିକୀୟ ୟୁନିଫର୍ମରେ

ହାତରେ ଆମେରିକୀୟ ବନ୍ଧୁକ, ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟୁଛନ୍ତି

କାବୁଲ: ତାଲିବାନ କାବୁଲ ଦଖଲ କରିନେବା ପରେ ଆମେରିକା ସେନା ଆଫଗାନିସ୍ତାନକୁ ଯୋଗାଇଥିବା ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ହଜାର ହଜାର ସାମରିକ ଯାନ, ବ୍ଲାକ୍‌ ହକ୍‌ ହେଲିକପ୍‌ଟର ଆଦି ହାତେଇ ନେଇଛି। ତାଲିବାନ ଆତଙ୍କବାଦୀମାନେ ଆମେରିକାର ସେନାର ୟୁନିଫର୍ମ ପିନ୍ଧି ଆମେରିକାର ସାମରିକ ଯାନଗୁଡ଼ିକୁ ବ୍ୟବହାର କରିବା ସହ ବ୍ଲାକ୍‌ ହକ୍‌ ହେଲିକପ୍‌ଟରରେ ଚକ୍କର କାଟିବା ଦୃଶ୍ୟ ଆମେରିକା ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିଛି। ସତେ ଯେମିତି ଆମେରିକା ହିଁ ତାଲିବାନକୁ ଆଫ୍‌ଗାନିସ୍ତାନରେ ପୁଣି କ୍ଷମତାକୁ ଆଣିଛି,ସେଭଳି ଦୃଶ୍ୟ ଦେଖିବାକୁମଳିଛି। ଆମେରିକା ସେନା ନିଜ ପାଇଁ ନିର୍ମାଣ କରିଥିବା ଅତ୍ୟାଧୁନିକ ଶିବିରଗୁଡ଼ିକ ଏବେ ଆତଙ୍କବାଦୀଙ୍କ ବିଶ୍ରାମ କେନ୍ଦ୍ର ପାଲଟିଛି।

ସମ୍ବନ୍ଧିତ ଖବର