କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ବିଦାହେଲେ ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ବୀଲା ରାଜେଶ, ଦାୟିତ୍ବ ଗ୍ରହଣ କଲେ ଜେ ରାଧାକୃଷ୍ଣନ୍

ଚେନ୍ନାଇ: କରୋନାଭାଇରସ୍ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ଶୁକ୍ରବାର ଦିନ ତାମିଲନାଡୁ ସରକାର ସ୍ବାସ୍ଥ୍ୟ ସଚିବ ବୀଲା ରାଜେଶଙ୍କୁ ବଦଳି କରି ଚେନ୍ନାଇ ପାଇଁ ନିଯୁକ୍ତ ସ୍ପେସାଲ୍ ନୋଡାଲ୍ ଅଫିସର୍‌ ତଥା ବରିଷ୍ଠ ଆଇଏଫ୍ କର୍ମଚାରୀ ଜେ ରାଧାକୃଷ୍ଣନ୍‌ଙ୍କୁ ନିଯୁକ୍ତ କରିଛନ୍ତି।

ତାମିଲନାଡୁରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୩୮୦୦୦ ହେବା ସହ ସେଥିରୁ କେବଳ ଚେନ୍ନାଇରେ ସଂକ୍ରମିତଙ୍କ ସଂଖ୍ୟା ୨୭୦୦୦ରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ ସଚିବଙ୍କୁ ବଦଳି କରାଯାଇଛି।

ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଡକ୍ଟର୍ ବୀଲା ରାଜେଶ, ଆଇଏଏସ୍, ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ବଦଳି କରାଯାଇଛି। ତାଙ୍କୁ ବାଣିଜ୍ୟିକ, ଟିକସ ଏବଂ ପଞ୍ଜିକରଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ତାଙ୍କ ସ୍ଥାନରେ ସ୍ବାସ୍ଥ୍ୟ ସଚିବ ହୋଇ ଆସିଥିବା ୧୯୯୨ ବ୍ୟାଚ୍‌ର ଆଇଏଏସ୍ ରାଧାକୃଷ୍ଣନ୍ ଫେବ୍ରୁଆରି ୨୦୧୯ ଯାଏଁ ତାମିଲନାଡୁର ସ୍ବାସ୍ଥ୍ୟ ସଚିବ ଥିଲେ। ସେ ବଦଳି ହୋଇଯିବା ପରେ ତାଙ୍କ ସ୍ଥାନରେ ପରିବହନ ବିଭାଗ ସଚିବ ଦାୟିତ୍ବ ତୁଲାଉଥିବା ବୀଲା ରାଜେଶ ସ୍ବାସ୍ଥ୍ୟ ସଚିବ ଦାୟିତ୍ବ ଗ୍ରହଣ କରିଥିଲେ। ଡକ୍ଟର ବୀଲା ରାଜେଶ ହେଉଛନ୍ତି ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ବିଧାୟକ ଏବଂ ଅବରସପ୍ରାପ୍ତ ଡିଜିପି ଏସ୍ ଏନ୍ ଭେଙ୍କଟେସନଙ୍କ ଝିଅ। ତାଙ୍କର ସ୍ବାମୀ ଜଣେ ଆଇପିଏସ୍ ଅଧିକାରୀ।

ସମ୍ବନ୍ଧିତ ଖବର