ଟେଷ୍ଟିଂ ପାଇଁ ସିଏସ୍‌ଆଇଆର୍‌ ସହ ହାତ ମିଳାଇଲା ଟାଟା

ନୂଆଦିଲ୍ଲୀ : ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀର ସହର ଓ ଗ୍ରାମାଞ୍ଚଳରେ କୋଭିଡ୍-୧୯ ଟେଷ୍ଟିଂ ବଢ଼ାଇବା ଲାଗି ସେଣ୍ଟର ଫର ସାଇଣ୍ଟିଫିକ୍ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ସହ ଟାଟା ଗ୍ରୁପ୍‌ର ବୈଜ୍ଞାନିକ ଗବେଷଣା ସଂସ୍ଥା ଟାଟା ଏମ୍‌ଡି ହାତ ମିଳାଇଛନ୍ତି। ଉଭୟ ସଂସ୍ଥା ଭବିଷ୍ୟତର ଟେଷ୍ଟିଂ ଆବଶ୍ୟକତାକୁ ପୂରଣ କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଛନ୍ତି। ଟାଟା ଏମଡିର ଟେଷ୍ଟିଂ କିଟ୍‌କୁ ବ୍ୟବହାର କରି କୋଭିଡ୍ ପରୀକ୍ଷା କରାଯିବ। ସିଏସ୍‌ଆଇଆର୍‌-ଆଇଜିଆଇବିର ଫେଲୁଦା ପ୍ରଯୁକ୍ତିକୁ ବ୍ୟବହାର କରି ଏହି ଟେଷ୍ଟିଂ କିଟ୍ ବିକଶିତ କରାଯାଇଛି। ଟାଟା ଏମ୍‌ଡି ପକ୍ଷରୁ ତିନି କୋଠରି ବିଶିଷ୍ଟ ଭ୍ରାମ୍ୟମାଣ ଟେଷ୍ଟିଂ ଲ୍ୟାବ୍ ମଧ୍ୟ ବିକଶିତ କରାଯାଇଛି। ଦେଶରେ ଥିବା ସିଏସ୍‌ଆଇଆର୍‌ର ୩୭ଟି ଲ୍ୟାବ୍‌ ବ୍ୟବହାର କରି ଟାଟା ଏମ୍‌ଡି ଟେଷ୍ଟିଂ ବଢ଼ାଇବ।

ସମ୍ବନ୍ଧିତ ଖବର