ବିମାନ ଯାତ୍ରା କରିବା ସମୟରେ ବାଳକଙ୍କ ଗୋଡ଼ରେ ପଡ଼ି ଯାଇଥିଲା ଚା’, ମିଳିବ ୫୮ଲକ୍ଷ ଟଙ୍କାର କ୍ଷତିପୂରଣ

ନୂଆଦିଲ୍ଲୀ: ବିମାନ ଯାତ୍ରା କରିବା ସମୟରେ ଜଣେ ବାଳକଙ୍କ ଗୋଡ଼ରେ ଗରମ ଚା’ ପଡ଼ିଯାଇଥିଲା। ଚା’ ପଡ଼ି ତାଙ୍କ ଗୋଡ଼ରେ ଆଘାତ ବି ଲାଗିଥିଲା। ଏହାର କ୍ଷତିପୂରଣ ପାଇଁ ବାଳକଙ୍କୁ ୫୮ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ। ତେବେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। କିନ୍ତୁ ବାସ୍ତବରେ ଏଭଳି ଏକ ଘଟଣା ଆୟରଲାଣ୍ଡରେ ଘଟିଛି।

ସୂଚନାଯୋଗ୍ୟ, ଆୟରଲାଣ୍ଡରେ ରହୁଥିବା ବାଳକ ଏମରେ କରାକ୍ୟା ଗତ ୪ବର୍ଷ ତଳେ ଡୁବଲିନରୁ ଇସ୍ତାନବୁଲ ଅଭିମୁଖେ ଯାଉଥିଲେ। ଏହି ସମୟରେ ବିମାନର କ୍ରୁ ମେମ୍ବର ଅସାବଧାନତାବଶତଃ ଏମରେ କରାକ୍ୟାଙ୍କ ଗୋଡ଼ରେ ଚା’ ଢ଼ାଳି ଦେଇଥିଲେ। ଗରମ ଚା’ ପଡ଼ି ଏମରେଙ୍କ ଗୋଡ଼ର କିଛି ଅଂଶ ପୋଡ଼ି ହୋଇଯାଇଥିଲା। ଏହାପରେ ଉକ୍ତ ଯାତ୍ରୀଙ୍କ ମା’ ଏୟାରଲାଇନ୍ସ କମ୍ପାନି ନାମରେ ଏକ ମାମଲା ରୁଜୁ କରିଥିଲେ।

Tea split on teenager
https://www.aajtak.in/

ଏହି ମାମଲାକୁ ନେଇ କୋର୍ଟ ଚାରିବର୍ଷ ପରେ ନିଜର ରାୟ ଶୁଣାଇଛନ୍ତି। ଯେଉଁ ବିମାନର କ୍ରୁ ମେମ୍ବର ଏମରେଙ୍କ ଗୋଡ଼ରେ ଗରମ ଚା’ ଢ଼ାଳିଥିଲେ, ଉକ୍ତ ଏୟାରଲାଇନ୍ସ କମ୍ପାନି କ୍ଷତିପୂରଣ ବାବଦକୁ ଯାତ୍ରୀଙ୍କୁ ୫୮ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

ଏହି ଘଟଣାକୁ ନେଇ ଏମରେଙ୍କ ମା’ କହନ୍ତି, ଗରମ ଚା’ ପଡ଼ିଯିବା ପରେ ପୁଅକୁ ଯନ୍ତ୍ରଣା ହୋଇଥିଲା। ପୋଡା ଘା’ ଶୁଖିବା ପାଇଁ ୩ରୁ ୪ସପ୍ତାହ ଲାଗିଥିଲା। ଏବେ ବି ପୁଅ ଗୋଡ଼ରେ ଉକ୍ତ ପୋଡା ଦାଗ ରହିଛି। ଏହି ଘଟଣା ଘଟିବା ସମୟରେ ପୁଅର ବୟସ ୧୩ବର୍ଷ ହୋଇଥିଲା।

ସମ୍ବନ୍ଧିତ ଖବର