ଭାରତର ଆଧୁନିକ ଲଢୁଆ ବିମାନ ତେଜସ୍ ମାକ୍-୧ଏର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ନୂଆ ଲଢୁଆ ବିମାନ ତେଜସ୍ ମାକ୍-୧ଏ ଗୁରୁବାର ବେଙ୍ଗାଲୁରୁରେ ଏହାର ପ୍ରଥମ ଉଡ଼ାଣ ସଫଳତାର ଶେଷ କରିଛି। ବେଙ୍ଗାଲୁରୁସ୍ଥିତ ଡିଆରଡିଓ ଲ୍ୟାବରେ ଏରୋନଟିକାଲ ଡେଭଲପମେଣ୍ଟ ଏଜେନ୍ସି ଏହାକୁ ବିକଶିତ କରିଛି।

ଗତ କିଛି ଦିନ ହେବ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡର କାରଖାନାରେ ଏହାର ଟ୍ୟାକ୍ସି ଟ୍ରାଏଲ ଚାଲିଥିଲା । ତେଜସ୍ ମାର୍କ-୧ଏର ପ୍ରଥମ ଉଡ଼ାଣ ୧୮ ମିନିଟ୍ ଧରି ଚାଲିଥିଲା ଏବଂ ହାଲ୍ ର ମୁଖ୍ୟ ଟେଷ୍ଟ ପାଇଲଟ୍ (ଫିକ୍ସଡ୍ ୱିଙ୍ଗ୍) ଗ୍ରୁପ୍ କ୍ୟାପଟେନ୍ (ଅବସରପ୍ରାପ୍ତ) କେକେ ବେଣୁଗୋପାଳ ଏହାକୁ ପରିଚାଳନା କରିଥିଲେ।

ଆପଣଙ୍କୁ କହିରଖୁଛୁ କି ଏହି ନୂଆ ତେଜସ ଲଢୁଆ ବିମାନ ବିଶ୍ୱର ଶ୍ରେଷ୍ଠ ହାଲୁକା ଲଢୁଆ ବିମାନଗୁଡ଼ିକଠାରୁ କିଛି କମ ନୁହେଁ । ତେଜସ ମାର୍କ-୧ଏରେ ଡିଜିଟାଲ ରାଡାର ଆଲର୍ଟ ରିସିଭର, ଆଡଭାନ୍ସଡ ଇଲେକ୍ଟ୍ରୋନିକ ସ୍କାନ୍ ଆରେ (ଏଇଏସଏ) ରାଡାର, ଆଡଭାନ୍ସ ଭିଜୁଆଲ ରେଞ୍ଜ (ବିଭିଆର) ଏୟାର ଟୁ ଏୟାର ମିସାଇଲ ଏବଂ ବାହ୍ୟ ସେଲ୍ଫ ପ୍ରୋଟେକ୍ସନ ଜାମର ପୋଡ ଭଳି ଫିଚର ରହିଛି ।

ଆପଣଙ୍କୁ କହିରଖୁଛୁ ଯେ ତେଜସର ଏହି ନୂଆ ଅବତାର ଅନ୍ୟ ଲଢୁଆ ବିମାନ ତୁଳନାରେ ବହୁତ ଛୋଟ ଅଟେ । ଏହାର ବିଶେଷତା ହେତୁ ଏହା ଶତ୍ରୁପକ୍ଷର ରାଡାରରେ ଲଢୁଆ ବିମାନ ଭଳି ଧରାପଡିବନାହିଁ। ଏହି ବିଶେଷତା କାରଣରୁ ତେଜସର ଏହି ନୂଆ ଅବତାର ବହୁତ ବିପଜ୍ଜନକ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର