ଛତିଶଗଡ଼ କଂଗ୍ରେସ ସଙ୍କଟ ଘନେଇଲା, ବିଧାୟକଙ୍କୁ ଦିଲ୍ଲୀ ଡାକରା

ନୂଆଦିଲ୍ଲୀ: ଛତିଶଗଡ଼ କଂଗ୍ରେସ ସଙ୍କଟ ଘନେଇବାରେ ଲାଗିଛି। ୨୦୧୮ ବିଧାନସଭା ନିର୍ବାଚନ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଟିଏସ୍‌ ସିଂହଦେଓଙ୍କ ମଧ୍ୟରେ ଅଢ଼େଇ ବର୍ଷ କ୍ଷମତା ବାଣ୍ଟିବାପାଇଁ ଏକ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଆଧାର‌ରେ ବାଘେଲଙ୍କର ମୁଖ୍ୟମନ୍ତ୍ରୀ ଭା‌ବେ ଅ‌ଢ଼େଇ ବର୍ଷ କାର୍ଯ୍ୟକାଳ ଗତ ଜୁନ୍‌ରୁ ଶେଷ ହୋଇଛି। ଏବେ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦରେ ରହିବା କଥା। ନେତୃତ୍ବ ବଦଳାଇବାପାଇଁ ସିଂହଦେଓ ଏବଂ ତାଙ୍କ ସମର୍ଥକମାନେ ଜୋରଦାର ଦାବି କରିଥିବାରୁ ଦଳରେ ଗୋଷ୍ଠୀ ବିବାଦ ଚରମରେ ପହଞ୍ଚିଛି।

ଦଳର ୨ ବରିଷ୍ଠ ନେତାଙ୍କ ମଧ୍ୟରେ ବିବାଦ ବଢ଼ୁଥିବାରୁ ଏହି ସଙ୍କଟର ସମାଧାନ ପାଇଁ ରାହୁଲ ଗାନ୍ଧି ନିକଟରେ ଏକ ବୈଠକ କରିଥିଲେ। ଏଥିରୁ କିଛି ବି ନିଷ୍କର୍ସ ବାହାରି ପାରିନାହିଁ। କଂଗ୍ରେସ ଆଜି ପୁଣି ଛତିଶଗଡ଼ର ବିଧା‌ୟକମାନଙ୍କୁ ଦିଲ୍ଲୀ ଡାକିଛି। ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଆସନ୍ତାକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବେ। ସିଂହଦେଓ ନିଜ ଜିଦ୍‌ରେ ଅଟଳ ରହିଛନ୍ତି ଏବଂ ତୁରନ୍ତ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ଦଳୀୟ ନେତୃତ୍ବକୁ କଡ଼ା ବାର୍ତ୍ତା ପଠାଇଛନ୍ତି। ମୁଖ୍ୟମନ୍ତ୍ରୀ କରାନଗଲେ ସେ ସରକାର ଏବଂ କଂଗ୍ରେସ ଦଳ ଛାଡ଼ିଦେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର