ଦ୍ବିତୀୟ ଥର ସଂକ୍ରମିତ ହେବାରୁ ଦମ୍ପତିଙ୍କ ଆତ୍ମହତ୍ୟା

ମୁମ୍ବାଇ: ତିନି ମାସ ମଧ୍ୟରେ ଦ୍ବିତୀୟ ଥର କରୋନାଭାଇରସ୍‌ରେ ସଂକ୍ରମିତ ହେବାରୁ ହତୋତ୍ସାହିତ ହୋଇ ସେଣ୍ଟ୍ରାଲ ମୁମ୍ବାଇରେ ରହୁଥିବା ଏକ ଦମ୍ପତି ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଓର୍‌ଲି ପୁଲିସ ଘଟଣାସ୍ଥଳରୁ ସେମାନଙ୍କ ମୃତଦେହ ଉଦ୍ଧାର କରିବା ସହ ଏକ ସୁଇସାଇଡ ନୋଟ୍‌ ଜବତ କରିଛି। ମୃତକ ହେଉଛନ୍ତି ଅଜୟ କୁମାର ଏବଂ ତାଙ୍କ ପତ୍ନୀ ସୁଜା। ୧୦ ମାସ ପୂର୍ବେ ସେମାନେ ବିବାହ କରିଥିଲେ। ଓର୍‌ଲିର ଭାରତ କୋ-ଅପରେଟିଭ୍‌ ସୋସାଇଟି ନାମକ ଏକ ଆପାର୍ଟମେଣ୍ଟରେ ସେମାନେ ଭଡ଼ାଘରେ ରହୁଥିଲେ। ଅଜୟ ନାଭି ମୁମ୍ବାଇର ଏକ ଘରୋଇ କମ୍ପାନିରେ ଚାକିରି କରୁଥିବାବେଳେ ତାଙ୍କ ପତ୍ନୀ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ଗତ ଏପ୍ରିଲ ମାସରେ ଉଭୟେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ। ଚଳିତ ମାସରେ ସେମାନେ ପୁଣି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଉଭୟେ ନିରାଶ ହୋଇ ପଡ଼ିଥିଲେ ଏବଂ ଉଭୟେ ବିଷପାନ କରି ଆତ୍ମହତ୍ୟା କରିଥିଲେ। ସୁଇସାଇଡ୍‌ ନୋଟ୍‌ରେ ସେମାନେ ଆତ୍ମହତ୍ୟାର କାରଣ ଲେଖିଥିଲେ।

ସମ୍ବନ୍ଧିତ ଖବର