ଦୈନିକ ସଂକ୍ରମଣରେ ୧୪% ହ୍ରାସ, କେରଳରେ ଦିନକରେ ୩୧୪ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୨୯ ନୂଆ କୋଭିଡ୍‌ ମାମଲା ଚିହ୍ନଟ ହୋଇଛି ଏବଂ ୩୯୨ ଜଣଙ୍କ ମୃତ୍ୟୁ ‌ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୩,୪୪,୬୮୩କୁ ବୃଦ୍ଧି ପାଇଥିବା ବେଳେ ୪,୬୦,୨୬୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ଏବେ ୧,୪୬,୯୫୦ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୪୩ ପ୍ରତିଶତ। ଅନ୍ୟପକ୍ଷେ ‌କୋଭିଡ୍‌ ଆରୋଗ୍ୟ ହାର ୯୮.୨୩ ପ୍ରତିଶତରେ ପହଞ୍ଚିଛି। ଦୈନିକ ପଜିଟିଭ୍‌ ହାର ୧.୩୫ ପ୍ରତିଶତ ରହିଥିବା ବେଳେ ଲଗାତାର ୩୩ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହୁଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୨୭ ପ୍ରତିଶତ ରହିଛି ଏବଂ ୪୩ ଦିନ ଧରି ଦେଶରେ ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ୫ ରାଜ୍ୟ କେରଳ, ତାମିଲନାଡ଼ୁ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଏବଂ ମିଜୋରାମରୁ ୮୭.୨୩ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କେରଳରେ କେବଳ ୬୦.୨୧ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ୬,୫୮୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ତାମିଲନାଡ଼ୁରେ ୮୭୫, ମହାରାଷ୍ଟ୍ରରେ ୮୦୨, ପଶ୍ଚିମବଙ୍ଗରେ ୭୬୩ ଏବଂ ମିଜୋରାମରୋ ୫୧୩ ମାମଲା ଚିହ୍ନଟ ହୋଇଛି। କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର