ନିରାପତ୍ତା ସ୍ଥିତି ଅତି ଗମ୍ଭୀର: ଜୟଶଙ୍କର

ନୂଆଦିଲ୍ଲୀ: କତାର ସରକାରଙ୍କ ବିଦେଶ ବ୍ୟାପାର ଏବଂ ଆତଙ୍କବାଦ ନିରୋଧ ମନ୍ତ୍ରାଳୟର ସ୍ବତନ୍ତ୍ର କୂଟନୀତିଜ୍ଞ ମୁତ୍‌ଲାକ ବିନ ମାଜେଦ ଭାରତ ଗସ୍ତରେ ଆସି ଆଜି ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ଆଫ୍‌ଗାନିସ୍ତାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଛି। ତାଲିବାନ ଏବେ ଆଫଗାନିସ୍ତାନରେ ଯେଉଁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ତାହା ଆଗକୁ ଅତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ ବୋଲି ଜୟଶଙ୍କର କହିଛନ୍ତି। ଆଫଗାନିସ୍ତାନ ସମସ୍ୟାର ରାଜନୈତିକ ସମାଧାନ ପାଇଁ ବଡ଼ ଧରଣର କୂଟନୈତିକ ପ୍ରୟାସ କରିବା ଉପରେ ଜୟଶଙ୍କର ଗୁରୁତ୍ବାରୋପ କରିଛନ୍ତି। ଆଫଗାନ ଯୁଦ୍ଧ ପାଇଁ ଏବେ ୩ ଲକ୍ଷରୁ ଅଧିକ ଲୋକ ଶରଣାର୍ଥୀ ପାଲଟି ଯାଇଥିବା ବେଳେ ପାକିସ୍ତାନ ଓ ଇରାନ୍‌ ସୀମାରେ ଜଟିଳ ସ୍ଥିତି ଉପୁଜିଛି।

ସମ୍ବନ୍ଧିତ ଖବର