ଉତ୍ତରପ୍ରଦେଶ ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ୩ ଜଣିଆ ଏସଆଇଟି ଗଠନ କଲେ ମୁଖ୍ୟମନ୍ତ୍ରୀ

୭ଦିନ ଭିତରେ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସରେ ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ପୁଙ୍ଖାନୁପୁଙ୍ଖଖ ତଦନ୍ତ ପାଇଁ ଏସଆଇଟି ଗଠନ କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ଏହି ଟିମରେ ୩ ଜଣ ସଦସ୍ୟ ରହିଥିବା ବେଳେ ଏହି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ତୁରନ୍ତ ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅନ୍ୟପଟେ ଏସଆଇଟିରେ ଅଧ୍ୟକ୍ଷତା କରିବେ ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଭଗବାନ ସ୍ୱରୂପ । ଏହି ୩ ଜଣିଆ ଟିମ୍ ରେ ଡିଆଇଜି ଚନ୍ଦ୍ର ପ୍ରକାଶ ଓ ଆଇପିଏସ୍ ପୁନମ ବି ସାମିଲ ଅଛନ୍ତି । ଏହି ବର୍ବର କାଣ୍ଡ ସହ ଜଡ଼ିତ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ୍ କରି ସାରିଥିବା ବେଳେ ତୁରନ୍ତ ସେମାନଙ୍କୁ ଦଣ୍ଡ ଦେବା ପାଇଁ ଏସଆଇଟି ଗଠନ କରାଯାଇଛି।

ସେପଟେ ଏହି ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାରଙ୍କୁ ଚାରିପଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସମସ୍ତ ବିରୋଧୀ ଦଳ ସରକାରଙ୍କ ଉପରେ ‘ହାମଲା ବୋଲ’ ଡାକରା ଦେଇ ସାରିଛନ୍ତି । କଂଗ୍ରେସ ମହିଳା ମୋର୍ଚ୍ଚା ଦୁଷ୍କର୍ମ ପୀଡିତା ଚିକିତ୍ସା ହେଉଥିବା ମେଡିକାଲ ଆଗରେ ଏକ ବଡ ଧରଣର ଆନ୍ଦୋଳନ କରିଛି । ଏସବୁକୁ ଦୃଷ୍ଟିରେ ରଖି ଦୁଷ୍କର୍ମର ଶିକାର ହୋଇ ମୃତ୍ୟୁବରଣ କରିଥିବା ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦେବାକୁ ତୁରନ୍ତ ଏସଆଇଟି ଗଠନ କରିଛନ୍ତି ସରକାର । ଏହା ସହ ଏହି ତଦନ୍ତକାରୀ ଦଳ ୭ ଦିନ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
SheThePeople.TV
ପୀଡ଼ିତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ଉପରେ ବି ଆଙ୍ଗୁଳି ଉଠିଛି । ପ୍ରଶ୍ନ ଉଠୁଛି ଯେ, ପୁଲିସ  କିଭଳି ଭାବେ ମର ଶରୀରକୁ ପରିବାର ଲୋକଙ୍କୁ ନଦେଇ ରାତି ଅଧରେ ଶବସତ୍କାର କରିଦେଲେ । ସେପଟେ ପୀଡିତାଙ୍କ ପରିବାର କିଛି ସମୟ ଧରି ଶବ ଥିବା ଆମ୍ବୁଲାନ୍ସକୁ ଘେରି ରହିଥିଲେ ଓ ପୁଲିସ ଆଗରେ କାକୁତି ମିନତି ହୋଇଥିଲେ କି ଶେଷଥର ପାଇଁ ସେମାନେ ତାଙ୍କ ଝିଅର ମର ଶରୀରକୁ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ ଏହାକୁ ପୁଲିସ ଖାତିର କରିନଥିଲା ଓ ରାତି ୨.୩୦ ମିନଟରେ ଏକ ନିର୍ଜନ ସ୍ଥାନରେ ପରିବାର ଲୋକଙ୍କ ବିନା ଉପସ୍ଥିତିରେ ଶବସତ୍କାର କରିଥିଲା।
ସମ୍ବନ୍ଧିତ ଖବର