ଦିଲ୍ଲୀ‌ରେ ତ୍ରିରଙ୍ଗା କାଢ଼ି ଖଲିସ୍ତାନୀ ପତାକା ଲଗାଇବାକୁ ଧମକ

ନୂଆଦିଲ୍ଲୀ : ଖଲିସ୍ତାନୀ ସମର୍ଥକମାନେ ଶନିବାର ଦିନ ଦିଲ୍ଲୀର ପ୍ରଗତି ମଇଦାନରେ ଦେଶର ଜାତୀୟ ପତାକା କାଢ଼ି ଖଲିସ୍ତାନୀ ପତାକା ଉଡ଼ାଇବାକୁ ଧମକ ଦେଇଛନ୍ତି। ଏକ ଅଡିଓ ବାର୍ତ୍ତା ମାଧ୍ୟମରେ ଏଭଳି ଧମକ ମିଳିଛି। ଜଣେ ଯାତ୍ରୀ ଏହି ଅଡିଓ ରିସିଭ୍‌ କରିଛନ୍ତି।

ଅଡିଓରେ ଖଲିସ୍ତାନୀ ସମର୍ଥକମାନେ କହିଛନ୍ତି, ସେମାନେ ପ୍ରଗତି ମଇଦାନକୁ ଦଖଲ କରିନେବେ ଏବଂ ତ୍ରିରଙ୍ଗା ହଠାଇ ଖଲିସ୍ତାନୀ ପତାକା ଉଡ଼ାଇବେ। ଉଲ୍ଲେଖଯୋଗ୍ୟ,ପ୍ରଗତି ମଇଦାନରେ ଜି-୨୦ ବୈଠକ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା ବେଳେ ଖଲିସ୍ତାନୀମାନେ ଏହି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର