ଭୂକମ୍ପରେ ଥରିଲା ନାସିକ

ନାସିକ: ମହାରାଷ୍ଟ୍ରର ନାସିକ ଜିଲ୍ଲାରେ ମଙ୍ଗଳବାର ରାତିରେ ୩ଥର ଭୂକମ୍ପ ହୋଇଛି। ନାସିକଠାରୁ ୨୦ କିମି ଦୂର ଦିନ୍ଦୋରି ତାଲୁକା ଭୂକମ୍ପର କେନ୍ଦ୍ର ସ୍ଥଳ ହୋଇଥିବାବେଳେ କୌଣସି ଲୋକ ମୃତାହତ ହୋଇଥିବା ସୂଚନା ମିଳିନାହିଁ ବୋଲି ନାସିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ କହିଛନ୍ତି। ପ୍ରଥମ ଭୂକମ୍ପ ରାତି ୮.୫୮ରେ ହୋଇଥିବାବେଳେ ଦ୍ବିତୀୟ ଭୂକମ୍ପ ୯.୩୪ ଓ ତୃତୀୟ ଭୂକମ୍ପ ୯.୪୨ ମିନିଟରେ ହୋଇଥିଲା।

ତେବେ ପ୍ରଥମ ଭୂକମ୍ପର ମାତ୍ରା ରିଚଟର ସ୍କେଲରେ ୩.୪ ଥିବାବେଳେ ଦ୍ବିତୀୟଟି ୨.୧ ଓ ତୃତୀୟଟି ୧.୯ ଥିଲା। ତେବେ ଦିନ୍ଦୋରି ତାଲୁକା, ଦିନ୍ଦୋରୀ, ମଦକିଜାମ୍ବ, ହାତନୋର, ନୀଲୱାଣ୍ଡି, ଜାମ୍ବୁତକେ, ଉମରାଲେ, ତେଲେଗାଓଁ ଆଦି ଗାଁରେ ଭୂକମ୍ପ ଅନୁଭୂତ ହୋଇଥିବା ସେଠାକାର ଶିବସେନା ନେତା ଭିଥାଲ ରାଓ ଆସୁନ୍ଦେ କହିଛନ୍ତି।

ସମ୍ବନ୍ଧିତ ଖବର