ଆସନ୍ତା ୨୦ ତାରିଖରୁ ଆଦାୟ କରାଯିବ ଟୋଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଦେଶବ୍ୟାପୀ ଲକଡାଉନ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ଯାନବାହାନ ଉପରେ ଟୋଲ ଟ୍ୟାକ୍ସ ଉପରେ ଛାଡ଼ କରାଯାଇଛି। ତେବେ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏପ୍ରିଲ୍ ୨୦, ୨୦୨୦ ଠାରୁ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ସଂଗ୍ରହ ଆରମ୍ଭ କରିବ | ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏନଏଚଆଇ କୁ ଚିଠି ଲେଖି ଏପ୍ରିଲ ୨୦ ରୁ ଜାତୀୟ ରାଜପଥରେ ଯାନବାହନ ଉପରେ ଟୋଲ ଟ୍ୟାକ୍ସ ଆଦାୟ କରିବାକୁ କହିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନଏଚଆଇ କୁ ଚିଠିରେ ମନ୍ତ୍ରଣାଳୟ କହିଛି ଯେ ଏପ୍ରିଲ ୨୦, ୨୦୨୦ ରୁ ଟୋଲ ଟ୍ୟାକ୍ସ ଆଦାୟ କରାଯିବା ଉଚିତ।

New Indian Express

ଏଠାରେ ସୂଚନା ଥାଉ କି ଲକଡାଉନର ପ୍ରଥମ ପର୍ଯ୍ୟାୟରେ, ମାର୍ଚ୍ଚ ୨୫ ତାରିଖରୁ ଟୋଲ୍ ଟ୍ୟାକ୍ସର ଆଦାୟ ସାମୟିକ ଭାବେ ବାରଣ କରାଯାଇଥିଲା। ଏହି ନିଷ୍ପତ୍ତି ପରେ ଏନଏଚଆଇ ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ ହେବାର କିଛି ଦିନ ପୂର୍ବରୁ ଏପ୍ରିଲ ୧୧ ଏବଂ ୧୩ ରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲା |

ଚିଠିରେ ଟିକସ ସଂଗ୍ରହ ପ୍ରକ୍ରିୟାକୁ ପୁଣି ଆରମ୍ଭ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏନଏଚଆଇ ଯୁକ୍ତି ଦର୍ଶାଇଥିଲା ଯେ, ଗୃହ ମନ୍ତ୍ରଣାଳୟ ଏପ୍ରିଲ ୨୦ ରୁ ଅନେକ କାର୍ଯ୍ୟକୁ ଅନୁମତି ଦେଇଛି ଏବଂ ତେଣୁ ଜାତୀୟ ରାଜପଥରେ ଟୋଲ ଟ୍ୟାକ୍ସ ସଂଗ୍ରହ ଆରମ୍ଭ କରିବା ଉଚିତ୍ | ଯାହାକୁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି |

ସମ୍ବନ୍ଧିତ ଖବର