ନିଲାମ ହେବ ବୈଜ୍ଞାନିକ ଆଇନଷ୍ଟାଇନଙ୍କ ପ୍ରିୟ ଖେଳନା, ୪୩ ଲକ୍ଷ ଟଙ୍କାରେ ବିକ୍ରି ହେବାର ସମ୍ଭାବନା

ନ୍ୟୁୟର୍କ: ନୋବେଲ ପୁରସ୍କାର ବିଜେତା ତଥା ଖ୍ୟାତନାମା ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସବୁଠାରୁ ପ୍ରିୟ କ୍ରୀଡା ଉପକରଣ ବା ଖେଳନା ନିଲାମ ହେବାକୁ ଯାଉଛି | ନିଲାମ ପୂର୍ବରୁ ଏହା ସର୍ବାଧିକ ୪୩ ଲକ୍ଷ ଟଙ୍କାରେ ବିକ୍ରି ହେବ ବୋଲି ଆକଳନ କରାଯାଇଛି | ଆଇନଷ୍ଟାଇନ ନିଜର ପ୍ରିୟ ଖେଳନା ମୋଜାଇକ ପର୍ଲ ଗେମ ବା ଗୋଲକ ଧନ୍ଦାକୁ ସବୁବେଳେ ନିଜ ପାଖରେ ରଖିଥିଲେ | ୧୯୫୫ ମସିହାରେ ଆଇନଷ୍ଟାଇନଙ୍କ ନିଧନ ପରେ ଏହି ଗୋଲକ ଧନ୍ଦା ପ୍ରଣାଳୀକୁ ଜାପାନର ଟୋକିଓରେ ଥିବା ମିସୁଆ ଆଇଡା ସଂଗ୍ରହାଳୟରେ ରଖାଯାଇଥିଲା | ଏବେ ଏହାକୁ ନିଲାମ କରାଯିବ ବୋଲି ଜଣାପଡିଛି |

Photo-Daily mail

ଖେଳନା ମୋଜାଇକ ପର୍ଲ ଗେମରେ ୫୨୦ଟି ରଙ୍ଗୀନ ମୋତି ଥିବାବେଳେ ଏହି ମୋତିକୁ ନେଇ ପାଟର୍ନ ଗଠନ କରିବାକୁ ପଡିଥାଏ | କାଠବାକ୍ସରେ ଆବଦ୍ଧ ଥିବା ଏହି ମୋତିକୁ ସଜାଇବା ପାଇଁ ବୁଦ୍ଧିର ଆବଶ୍ୟକ ହୋଇଥାଏ | ନିଲାମକର୍ତ୍ତାଙ୍କ ପକ୍ଷରୁ କୁହାଯାଇଛି ଯେ ଛୋଟ ଛୋଟ ପିଲା ଓ ଯୁବକଙ୍କ ବୁଦ୍ଧି ବିକାଶ ପାଇଁ ଏହି ଖେଳନାରେ ଭରପୁର ଉପାଦାନ ମହଜୁଦ ରହିଛି |

ଆଲବର୍ଟ ଆଇନଷ୍ଟାଇନ ଆପେକ୍ଷିକ ତତ୍ତ୍ୱ ତିଆରି କରିଥିଲେ ଯାହା ଭୌତିକ ବିଜ୍ଞାନରେ ବିପ୍ଳବ ସୃଷ୍ଟି କରିଥିଲା । ସେ ଆପେକ୍ଷିକ ତତ୍ତ୍ୱ ଏବଂ ବସ୍ତୁତ୍ୱ ଶକ୍ତି ସମୀକରଣ E = mc2 ପାଇଁ ସବୁଠୁ ଅଧିକ ଜଣାଶୁଣା ଥିଲେ । ତାଙ୍କୁ ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନ, ବିଶେଷତଃ ଆଲୋକ-ବିଦ୍ୟୁତ ବିକିରଣର ସନ୍ଧାନ ପାଇଁ ୧୯୨୧ରେ ନୋବେଲ୍ ପୁରସ୍କାର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର